ରାସ୍ତାରେ ଓଲଟିଲା ୫୦କୋଟି ଟଙ୍କା ନେଇ ଯାଉଥିବା ଗାଡି ! ଲୁଟିବା ପାଇଁ ପହଞ୍ଚିଲେ ସ୍ଥାନୀୟବାସୀ । 

Advertisment
ରାସ୍ତାରେ ଓଲଟିଲା ୫୦କୋଟି ଟଙ୍କା ନେଇ ଯାଉଥିବା ଗାଡି ! ଲୁଟିବା ପାଇଁ ପହଞ୍ଚିଲେ ସ୍ଥାନୀୟବାସୀ । 

image courtesy - aajtak.intoday.in

୫୦ କୋଟି ଟଙ୍କା ନେଇ ଯାଉଥିବା ଏକ ଭ୍ୟାନ ଏବଂ ଏହାର ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ ଗାଡି ମଧ୍ୟ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଛତିଶଗଡର ରାଜଧାନୀ ରାୟପୁର ଠାରେ ।  ସାମ୍ନାରୁ ନିୟନ୍ତ୍ରଣ ହରାଇ ଆସୁଥିବା ଏକ ଗାଡିକୁ ବଞ୍ଚାଇବାକୁ ଯାଇ ଟଙ୍କା ଭର୍ତ୍ତି ଥିବା ଏହି ଭ୍ୟାନ ଏବଂ ପୋଲିସର ଦୁଇଟି ସ୍କର୍ପିଓ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଭ୍ୟାନରେ ଥିବା ବ୍ୟାଙ୍କ କର୍ମଚାରୀ ଏବଂ ପୋଲିସ ଅଧିକାରୀ ।

ପରେ ପରେ ଘଟଣା ସମ୍ପର୍କରେ ସ୍ଥାନୀୟ ଗ୍ରାମବାସୀ ଜାଣିବାକୁ ପାଇଥିଲେ । ଆଉ ଘଟଣାସ୍ଥଳକୁ ଛୁଟିଥିଲା ଗ୍ରାମବାସୀଙ୍କ ଶୁଅ । ଟଙ୍କା ନେବା ପାଇଁ ଧାଇଁ ଆସିଥିଲେ ସମସ୍ତେ । ହେଲେ ଉପସ୍ଥିତ ଥିବା ପୋଲିସ ଅଧିକାରୀ ସମ୍ପୂର୍ଣ୍ଣଭାବେ ଟଙ୍କାକୁ ସୁରକ୍ଷିତ ରଖିଥିଲେ ।

ଏହି ଘଟଣା ରାୟପୁରର ବଲୋଦାବଜାରରେ ଘଟିଥିଲା । ପୋଲିସ ସୂଚନା ଅନୁଯାୟୀ, ଏହି ଦୁର୍ଘଟଣା ଶୁକ୍ରବାର ଦ୍ୱିପହରରେ ଘଟିଥିଲା । ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ୫୦ କୋଟି ଟଙ୍କା ଭର୍ତ୍ତି ହୋଇଥିବା ଏହି ଗାଡି ଏବଂ ଭ୍ୟାନର ସୁରକ୍ଷା ଦାୟିତ୍ୱରେ ପୋଲିସର ଦୁଇଟି ଗାଡି ଦ୍ରୁତ ଗତିରେ ଯାଉଥିଲା ।

publive-image

ବଲୋଦାବାଜାରର ବିଟକୁଲି ଗ୍ରାମରେ ମାଲିକା ନାଳ ନିକଟରେ ସାମନା ପଟୁ ଆସୁଥିବା ଏକ ଅନିୟନ୍ତ୍ରିତ ଗାଡ଼ିକୁ ବଞ୍ଚାଇବାକୁ ଯାଉଥିବା ସମୟରେ ପରସ୍ପର ମଧ୍ୟରେ ଧକ୍କା ହୋଇଥିଲା । ଫଳରେ ଟଙ୍କା ଭର୍ତ୍ତି ହୋଇଥିବା  ଗାଡ଼ିଟି ନାଳ ଭିତରକୁ ଓଲଟି ପଡ଼ିଥିଲା।

SBI ର ଚେଷ୍ଟ ବହାନରେ ବ୍ୟାଙ୍କ କର୍ମଚାରୀ ବସିଥିଲେ, ଟଙ୍କାର ସୁରକ୍ଷା ପାଇଁ ଆଗେ ଆଗେ ଯାଉଥିବା ସ୍କର୍ପିଓ ଗାଡ଼ିରେ ଛତିଶଗଡ଼ ଆମର୍ଡ ଫୋର୍ସ ଅସ୍ତ୍ରଶସ୍ତ୍ର ସହିତ ବସିଥିଲେ। ଯେଉଁ ଗାଡ଼ି ପାଇଁ ଏହି ଦୁର୍ଘଟଣା ଘଟିଲା ସେହି ଗାଡି ଚାଳକ ଘଟଣାସ୍ଥଳରୁ ଫେରାର ହୋଇଛି। ଏହି ଗାଡ଼ିରେ ପାଖାପାଖି ୩୨ଟି ପେଟିରେ ୫୦କୋଟି ଟଙ୍କା ଭର୍ତ୍ତି ଥିଲା। ଏହି ଟଙ୍କା ଧର୍ମଜୟଗଡ଼ର ବିଭିନ୍ନ ବ୍ୟାଙ୍କ ଓ ଏଟିଏମ୍ ମେସିନରେ ଜମା କରିବା ପାଇଁ ନିଆଯାଉଥିଲା।

ପୋଲିସ କର୍ମଚାରୀମାନେ ଅତି କଷ୍ଟରେ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଗାଡିରୁ ନିଜକୁ ବାହାର କରିଥିଲେ । ଆଉ ଏହା ପରେ ସେମାନେ ପୋଲିସ କଣ୍ଟ୍ରୋଲ ରୁମକୁ ସୂଚନା ଦେଇଥିଲେ । ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ଅତିରିକ୍ତ ପୋଲିସ ବାହିନୀ ନିୟୋଜିତ କରାଯାଇଥିଲା । ୩୨ଟି ପେଟିରେ ଥିବା ୫୦ କୋଟି ଟଙ୍କାକୁ ପୋଲିସ ନିଜ ଅଧୀନକୁ ନେଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe