ଏଭଳି ଅବସ୍ଥାରେ ରହିଛନ୍ତି କ୍ୟାସ କୁଇନ୍ ଅର୍ପିତାଙ୍କ ମା’ । ନିଜେ ଜାଣିନାହାଁନ୍ତି ଝିଅ ପାଖରେ ରହିଛି ବୋଲି ଏତେ ଟଙ୍କା

908

କନକ ବ୍ୟୁରୋ : କିଛିଦିନ ହେବ ପଶ୍ଚିମବଙ୍ଗ ରାଜନୀତିରେ ଦୁଇଟି ନାମକୁ ନେଇ ବେଶ୍ ଚର୍ଚ୍ଚା ଚାଲିଛି । ଜଣେ ମମତାଙ୍କ ସରକାରରେ ମନ୍ତ୍ରୀ ଥିବା ପାର୍ଥ ଚାଟାର୍ଜୀ ଓ ଅନ୍ୟ ଜଣେ ହେଉଛନ୍ତି ତାଙ୍କ ବାନ୍ଧବୀ ଅର୍ପିତା ମୁଖାର୍ଜୀ । ଅର୍ପିତାଙ୍କର ବିଭିନ୍ନ ଫ୍ଲାଟରୁ ଏପର୍ଯ୍ୟନ୍ତ ଇଡି ୫୦ କୋଟିରୁ ଅଧିକ ନଗଦ ଟଙ୍କା ସହ କୋଟି କୋଟି ଟଙ୍କାର ଗହଣା ଜବତ ବି କରିଛି । ଏହି ମାମଲାରେ ଉଭୟ ଅର୍ପିତା ଓ ପାର୍ଥଙ୍କୁ ଇଡି ଗିରଫ କରି ଜେରା ଚଳାଇଛି । ଏହାରି ମଧ୍ୟରେ ଏବେ ଏଭଳି କିଛି ଖବର ଆସିଛି ଯେ ଯାହାକୁ ଜାଣିଲେ ଆପଣ ସହଜରେ ବିଶ୍ୱାସ କରିପାରିବେ ନାହିଁ । କୋଟି କୋଟି ଟଙ୍କାରେ ଖେଳୁଥିବା ଅର୍ପିତାଙ୍କ ମା ଯେ ଏଭଳି ଦୟନୀୟ ଅବସ୍ଥାରେ କାଳ କାଟୁଥିବେ ତାହା ଆକଳନ କରିବା ଅସମ୍ଭବ ।

ସୂଚନା ମୁତାବକ ଅର୍ପିତାଙ୍କ ମା କୋଲକତାର ସହରର କିଛି ଦୂରରେ ଏକ ଭଙ୍ଗା କୋଠରୀରେ ରହୁଛନ୍ତି । ଏହି କୋଠାଟି ଅନେକ ବର୍ଷ ତଳର ହୋଇଥିବା ବେଳେ କୋଠାର ବିଭିନ୍ନ ଅଂଶ ଭାଙ୍ଗି ଯାଇଛି । ଏହା ୨୪ ପ୍ରଙ୍ଗଣାର ବେଲଘରିଆ ଅଞ୍ଚଳରେ ରହିଛି ଏହି କୋଠା । ଏଠାରେ ଅର୍ପିତାଙ୍କ ମା ମିନତୀ ମୁଖାର୍ଜୀ ରୋଗଗ୍ରସ୍ଥ ଅବସ୍ଥାରେ ଏଠାରେ ପଡି ରହିଛନ୍ତି । ସେପଟେ ଏକ ବିଳାଶପୂର୍ଣ୍ଣ ଜୀବନ ବିତାଉଥିବା ଅର୍ପିତାଙ୍କ ପାଖରେ ଚାକରବାକର କେତେ ଲୋକ ରହିଥିବା ବେଳେ ମାଙ୍କର ଦେଖାରଖା କରିବାକୁ ମାତ୍ର ୨ ଜଣ ଲୋକ ରହିଛନ୍ତି । ପାଖ ଲୋକଙ୍କ କହିବା ମୁତାବକ କେବେ କେବେ ଅର୍ପିତା ତାଙ୍କ ମାଙ୍କୁ ଭେଟିବାକୁ ମଧ୍ୟ ସେଠାକୁ ଆସିଥାନ୍ତି ।

ଏନେଇ ଗଣମାଧ୍ୟମ ଅର୍ପିତାଙ୍କ ବାବଦରେ ତାଙ୍କ ମାଙ୍କୁ ପଚାରିବାରୁ ସେ କିଛି କହିବାକୁ ମନା କରିଥିଲେ । ସେ କେବଳ ଏତିକି କହିଥିଲେ କି ଅର୍ପିତା କଣ କରୁଛନ୍ତି ଓ ତାଙ୍କ ପାଖକୁ ଏତେ ଟଙ୍କା କେଉଁଠୁ ଆସିଲେ ତା ବାବଦରେ ସେ କିଛି ଜାଣି ନାହାଁନ୍ତି ।