ପୁରୀ ବଡଦାଣ୍ଡରେ ମାଉସୀ ମା’ ମନ୍ଦିରରୁ ଚୋରି : ତାଲାକାଟି ହୁଣ୍ଡିରୁ ୩୦ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ

ମାଆଙ୍କ ରୁପା ଅଳଙ୍କାର ସହ ଶାଢୀ ବି ଚୋରୀ; କୁମ୍ଭାରପଡା ଥାନା ପୋଲିସର ଛାନଭିନ୍

88

କନକ ବ୍ୟୁରୋ : ପୁରୀ ମାଉସୀ ମା ମନ୍ଦିରରୁ ଚୋରି । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମାଉସୀ ଘର କୁହାଯାଇଥିବା ମାଉସୀ ମା’ ମନ୍ଦିରରେ କଳା କନା ବୁଲାଇଛନ୍ତି ଦୁର୍ବୃତ । ବଡଦାଣ୍ଡର ବଳଗଣ୍ଡିଠାରେ ଥିବା ମନ୍ଦିରର ମୁଖ୍ୟ ପ୍ରବେଶ ଦ୍ୱାର ଲୁହା ଗେଟର ତାଲା କାଟି ପଶିଛନ୍ତି ଲୁଟେରା ।

ପୁଣି ଭିତରେ ୩ ଟି ତାଲା କାଟି ମୁଖ୍ୟ ମନ୍ଦିରରେ ପ୍ରବେଶ କରିଛନ୍ତି । ମନ୍ଦିର ହୁଣ୍ଡି ଭାଙ୍ଗି ପ୍ରାୟ ୩୦ ହଜାର ଟଙ୍କା ଲୁଟି ନେଇଛନ୍ତି । ସେହିପରି ଭିତର ଆଲମାରୀ ଭାଙ୍ଗି ମାଆଙ୍କ ରୁପା ଅଳଙ୍କାର ଓ ଦାତା ଦେଇଥିବା ଶାଢୀ ଚୋରୀ କରିନେଇଥିବା ଜଣାପଡିଛି । କୁମ୍ଭାରପଡା ଥାନା ପୋଲିସ ପହଂଚି ଅନୁସନ୍ଧାନ ଆରମ୍ଭ କରିଛି । ହେଲେ ପୁରୀ ବଡଦାଣ୍ଡ ଉପରେ ଏଭଳି ଚୋରୀ, ସୁରକ୍ଷା ବ୍ୟବସ୍ଥାକୁ ନେଇ ବଡ ପ୍ରଶ୍ନଚିହ୍ନ ଲଗାଇ ଦେଇଛି ।