ଭୋଟ୍ ପାଇଁ ନୋଟ୍ ମାମଲା, ସିଇଓଙ୍କ କାର୍ଯ୍ୟାନୁଷ୍ଠାନ : ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ

ଭୋଟ୍ ପାଇଁ ନୋଟ୍ ମାମଲା, ସିଇଓଙ୍କ କାର୍ଯ୍ୟାନୁଷ୍ଠାନ : ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ

କନକ ବ୍ୟୁରୋ : ଧାମନଗରରେ ଟଙ୍କା ବଣ୍ଟା ଅଭିଯୋଗକୁ ଗୁରୁତର ସହ ନେଲେ ନିର୍ବାଚନ ଅଧିକାରୀ । ଧାମନଗର ଥାନାରେ ଦୁଇଟି ମାମଲା ରୁଜୁ ହୋଇଥିବା ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ଦୁଇ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଧାମନଗରରେ ଏକ ନିର୍ବାଚନ ସଭାରେ ଭୋଟ୍ ପାଇଁ ସ୍ଥାନୀୟ ନେତା କୋଟିଏ ଟଙ୍କା ଅଫର ଦେଇଥିବା ଅଭିଯୋଗ ହୋଇଥିଲା ।

ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହୋଇଥିଲା ବିଜେପି ଟିମ୍ । ସେହିପରି ଅନ୍ୟ ଏକ ଭିଡିଓରେ ଜଣେ ମହିଳା ସ୍କୁଟିରେ ଆସି ଟଙ୍କା ବାଣ୍ଟୁଥିବାର ଦୃଶ୍ୟ କଏଦ ହୋଇଥିଲା । ଧାମନଗରରେ ଭୋଟ୍ ପାଇଁ ନୋଟ୍ ବଣ୍ଟା ଯାଉଥିବା ଅଭିଯୋଗ ସିଇଓଙ୍କ ପାଖରେ ପହଞ୍ଚିବା ପରେ ଭିଡିଓର ଯାଞ୍ଚ କରି ସଂପୃକ୍ତ ମହିଳାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe