ପ୍ରଶ୍ନ ପାଇଁ ଲାଂଚ ମାମଲାରେ ବଢ଼ୁଛି ମହୁଆ ମୋଇତ୍ରାଙ୍କ ଅଡୁଆ । ସୋସିଆଲ ମିଡିଆ ପୋଷ୍ଟ କରି ଆକ୍ରୋଶ ପ୍ରକାଶ କଲେ ଟିଏମସି ସାଂସଦ
କନକ ବ୍ୟୁରୋ : ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ସମସ୍ୟା ବଢ଼ୁଛି । ପ୍ରଶ୍ନ ପାଇଁ ଲାଂଚ ମାମଲାରେ ମହୁଆଙ୍କ ଉପରେ ଯେଉଁ ଅଭିଯୋଗ ଆସିଛି ଏହାର ଯାଂଚ ଶେଷ କରିଛି ଏଥିକ୍ସ କମିଟି । ଶୁକ୍ରବାର ଲୋକସଭା ବାଚସ୍ପତିଙ୍କୁ ରିପୋର୍ଟ ପ୍ରଦାନ କରାଯିବ । ଯଦି ଲାଗିଥିବା ଅଭିଯୋଗ ସତ ପ୍ରମାଣିତ ହୁଏ ତେବେ ମହୁଆଙ୍କ ସାଂସଦ ପଦ ରଦ୍ଦ ହୋଇପାରେ । ଏହି ଆଶଙ୍କା ଭିତରେ ମହୁଆ ମୋଇତ୍ରା ସୋସିଆଲ ମିଡିଆ ପ୍ଲାଟଫ୍ଲମ ଏକ୍ସରେ ଏକ ଲେଖା ପୋଷ୍ଟ କରିଛନ୍ତି । ପୋଷ୍ଟ ଜରିଆରେ ମହୁଆ କହିଛନ୍ତି ସେ ରାଜନୈତିକ ପ୍ରତିଶୋଧର ଶିକାର ହୋଇଛନ୍ତି । ଯଦି ତାଙ୍କୁ ଏଥିକ୍ସ କମିଟି ରିପୋର୍ଟ ଆଧାରରେ ନିଲମ୍ବନ କରାଯାଏ ତେବେ ଏହା ଦେଶର ପ୍ରଥମ ଘଟଣା ହେବ । ଏହା ନିୟମ ବାହାରେ ଅଟେ ।