ଲାପଟପ ଉପରେ ପେଟିଏମର ଜବରଦସ୍ତ ଅଫର ! ପେଟିଏମ ମଲରୁ କିଣିଲେ ମିଳୁଛି ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ

22

ଯଦି ଆପଣ ଲାପଟପ କିଣିବାକୁ ଯୋଜନା କରୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ସଠିକ ସମୟ । କାରଣ ଏବେ ଲାପଟପ ଉପରେ ଅଫରର ବର୍ଷା ହେଉଛି । ପେଟିଏମର ଇ-କର୍ମସ ସାଇଟ ପେଟିଏମ ମଲରେ ଲାପଟପର କିଛି ବ୍ରାଣ୍ଡ ଉପରେ ୧୦୦୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ ମିଳୁଛି । ତେଣୁ ଖୁବଶୀଘ୍ର ଏହି ଅଫରର ଫାଇଦା ଉଠାନ୍ତୁ । ଜାଣନ୍ତୁ କେଉଁ କେଉଁ ବ୍ରାଣ୍ଡ ଲାପଟପ ଉପରେ ଏହି ଅଫର ରହିଛି ।

ଆପଲ ମ୍ୟାକବୁକ : ଯଦି ଆପଣ ଆପଲ କମ୍ପାନୀର ୧୨ ଇଞ୍ଚ ସ୍କ୍ରିନର ମ୍ୟାକବୁକ କିଣିବାକୁ ଚାହୁଁଛନ୍ତି ତେବେ ଏଥିରେ ୧୦୦୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ ପାଇପାରିବେ । ଏହି ଲାପଟପର ମୂଲ୍ୟ ୧ ଲକ୍ଷ ୪ ହଜାର ୮୦୦ ଟଙ୍କା ରହିଛି । ମ୍ୟାକବୁକରେ କ୍ୟାସବ୍ୟାକ ପାଇବା ପାଇଁ ଗ୍ରାହକଙ୍କୁ ପ୍ରୋମୋ କୋର୍ଡ଼ ଲାପଟପ୧୦୦୦୦ ବ୍ୟବହାର କରିବାକୁ ପଡ଼ିବ । ଲାପଟପ ମିଳିବାର ୨୪ ଘଣ୍ଟା ମଧ୍ୟରେ ଗ୍ରାହକଙ୍କ ପେଟିଏମ ଖାତାକୁ ଏହି ଟଙ୍କା ଆସିବ ।

ଆପଲ ମ୍ୟାକବୁକ ଏୟାର : ଯଦି ଆପଣ ମ୍ୟାକବୁକର ଶସ୍ତା ଭର୍ସନ କିଣିବାକୁ ଚାହୁଁଥାନ୍ତି ତେବେ ମ୍ୟାକବୁକର ଏୟାର ଉପରେ ବିଚାର କରିପାରନ୍ତି । ଏହି ଲାପଟପ ଉପରେ ୭,୫୦୦ ଟଙ୍କା କ୍ୟାସବ୍ୟାକ ଅଫର ରହିଛି । ପେଟିଏମରେ ଏହି ଲାପଟପ ୫୯,୯୯୦ ଟଙ୍କାରେ ବିକଅି ହେଉଛି । ମ୍ୟାକବ୍ୟାକୁ ଏୟାର ଉପରେ କ୍ୟାସବ୍ୟାକ ପାଇବାକୁ ହେଲେ ଗ୍ରାହକଙ୍କୁ ଲାପଟପ ୭୫୦୦ କୋର୍ଡ଼ ବ୍ୟବହାର କରିବାକୁ ପଡ଼ିବ ।

ଡ଼େଲ ଲାପଟପ : ଯଦି ଆପଣ ୱିଣ୍ଡୋ ଅପରେଟିଙ୍ଗ ସିଷ୍ଟମରେ ଚାଲୁଥିବା ଲାପଟପକୁ ଶସ୍ତାରେ ନେବାକୁ ଚାହୁଁଥାନ୍ତି ତେବେ ଡ଼େଲ କମ୍ପାନିର ଇନସ୍ପାୟର ୭୫୬୦ ଏକ ଭଲ ବିକଳ୍ପ । ଏହି ଲାପଟପ ୱିଣ୍ଡୋଜ ୧୦ରେ କାମ କରିଥାଏ ଓ ଏହାର ମୂଲ୍ୟ ୭୮,୪୯୦ ଟଭ୍କା ରହିଛି । ଏହି ଲାପଟପ ଉପରେ ଗ୍ରାହକଙ୍କୁ ୮୦୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ ମିଳିଥାଏ । ଏହି ଅଫରର ଫାଇଦା ଉଠାଇବାକୁ ହେଲେ ଗ୍ରାହକଙ୍କୁ ଲାପଟପ ୮୦୦୦ ପ୍ରୋମୋ କୋର୍ଡ଼ ବ୍ୟବହାର କରିବାକୁ ପଡ଼ିବ ।

ASUS : ଯଦି ଆପଣ ଲାପଟପରେ ଖେଳିବାକୁ ପସନ୍ଦ କରୁଥାନ୍ତି ତେବେ ASUS FX553VD-DM013 କମ୍ପାନିର ଲାପଟପ କିଣିବା ଆବଶ୍ୟକ । ସବୁଠୁ ବଡ଼ କଥା ହେଲା, ASUS ମଡ଼େଲ ଉପରେ ୯୦୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ ମିଳିଛୁ । ଏହାର ମୂଲ୍ୟ ୭୬,୯୯୦ ଟଙ୍କା ରହିଛି । ASUSର ଏହି ଲାପଟପ ଉପରେ କ୍ୟାସବ୍ୟାକ ପାଇବାକୁ ଗ୍ରାହକଙ୍କୁ ଲାପଟପ ୯୦୦୦ ପ୍ରୋମୋ କୋର୍ଡ଼ ବ୍ୟବହାର କରିବା ଆବଶ୍ୟକ ।