କନକ ବ୍ୟୁରୋ: ଦାଗୀ ନେତାଙ୍କୁ ନେଇ ସୁପ୍ରିମକୋର୍ଟଙ୍କ ବଡ ରାୟ । ସାଂସଦ ଓ ବିଧାୟକଙ୍କ ବିରୋଧରେ ଅପରାଧିକ ମାମଲାର ଶୀଘ୍ର ଶୁଣାଣି ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନାୟାଳୟ । ଏଥିପାଇଁ ସବୁ ରାଜ୍ୟର ହାଇକୋର୍ଟଙ୍କୁ କୁହାଯାଇଛି । ଆଉ ଏହା ଉପରେ ନଜର ରଖିବାକୁ ଏକ ସ୍ୱତନ୍ତ୍ର ଖଣ୍ଡପୀଠ ଗଠନ କରିବାକୁ ବି କହିଛନ୍ତି ସର୍ବୋଚ୍ଚ ନାୟାଳୟ । ଟ୍ରାଏଲ କୋର୍ଟ ପାଇଁ ସମାନ ଗାଇଡଲାଇନ୍ ଗଠନ କରିବା କଷ୍ଟକର ହୋଇଯିବ । ତେଣୁ ଏଭଳି ସ୍ଥିତିରେ ହାଇକୋର୍ଟ ନିଜ ଆଡୁ ମାମଲା ରୁଜୁ କରି ତ୍ୱରିତ ଶୁଣାଣି କରିବାକୁ କହିଛନ୍ତି ସୁପ୍ରିମକୋର୍ଟ । ବିଶେଷ କରି ଆଜୀବନ କାରାଦଣ୍ଡ ଓ ଫାଶୀଦଣ୍ଡାଦେଶ ଥିବା ମାମଲା ଗୁଡିକୁ ପ୍ରାଥମିକତା ଦେବାକୁ କୋର୍ଟ କହିଛନ୍ତି । ଆଗକୁ ସାଧାରଣ ନିର୍ବାଚନ ଆସୁଥିବାରୁ ସୁପ୍ରିମକୋର୍ଟଙ୍କ ଏଭଳି ନିର୍ଦ୍ଦେଶକୁ ସ୍ୱାଗତ କରାଯାଇଛି ।