ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳପତିଙ୍କ ନାଁରେ ମାମଲା ରୁଜୁ । ଆତ୍ମହତ୍ୟା ପ୍ରସଙ୍ଗକୁ ନେଇ ବୁର୍ଲା ଥାନାରେ ମାମଲା ରୁଜୁ ।

229

କନକ ବ୍ୟୁରୋ: ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳପତିଙ୍କ ନାଁରେ ମାମଲା ରୁଜୁ । ବିଶ୍ୱବିଦ୍ୟାଳୟ କୁଳପତି ସଞ୍ଜିବ ମିତ୍ତଲଙ୍କ ନାଁରେ ମାମଲା । ଆତ୍ମହତ୍ୟା ପ୍ରସଙ୍ଗକୁ ନେଇ ବୁର୍ଲା ଥାନାରେ ମାମଲା ରୁଜୁ । କାଲି ଠିକା କର୍ମଚାରୀ ଦୀନବନ୍ଧୁ ମିଶ୍ର କରିଥିଲେ ଆତ୍ମହତ୍ୟା । ଦୀନବନ୍ଧୁ ପୁଅଙ୍କ ଅଭିଯୋଗ କ୍ରମେ ମାମଲା ରୁଜୁ ହୋଇଛି ।

ସମ୍ବଲପୁର ବିଶ୍ୱବିଦ୍ୟାଳୟ ପ୍ରଶାସନିକ ବିଭାଗରେ ଠିକା କର୍ମଚାରୀ ଦୀନବନ୍ଧୁ ମିଶ୍ର କାର୍ୟ୍ୟରତ ଥିଲେ । ଚାକିରୀ ନିୟମିତ କରିବାକୁ ସେ ବାରମ୍ବାର ଦାବି କରିଆସୁଥିଲେ । ଚାକିରୀ ନିୟମିତ କରିବା ପାଇଁ କୋର୍ଟରୁ ୩ ଥର ଅର୍ଡର ମଧ୍ୟ ଆଣିଥିଲେ ମଧ୍ୟ କେହି ଶୁଣିନଥିଲେ । ଚାକିରି ନିୟମିତ କରିବା ଓ ସର୍ବନିମ୍ନ ପାରିଶ୍ରମିକ ଦାବିରେ କୁଳପତିଙ୍କ ଚାମ୍ବର ସମ୍ମୁଖ ସମ୍ମିଳନୀ କକ୍ଷ ପାଖରେ ପେଟ୍ରୋଲ ଢାଳି ହୋଇ ସେ ଆତ୍ମାହୁତି ଉଦ୍ୟମ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ସମ୍ବଲପୁରରୁ କଟକ ସ୍ଥାନାନ୍ତର କରିବା ସମୟରେ ଅନୁଗୁଳ ଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।