କନକ ବ୍ୟୁରୋ : ବିଜେପିର ହିଂଜିଳି ପ୍ରାର୍ଥୀ ପୀତାମ୍ୱର ଆଚାର୍ଯ୍ୟଙ୍କ ନାଁରେ ଥାନାରେ ମାମଲା । ଆସିକା ଥାନାରେ ମାମଲା ଦାୟର କଲା ନିର୍ବାଚନ ଫ୍ଲାଇଂ ସ୍କ୍ୱାର୍ଡ । ହିଂଜିଳି ଗସ୍ତ ସମୟରେ ବିଜେପି ପ୍ରାର୍ଥୀ ପୀତାମ୍ୱର ଆଚାର୍ଯ୍ୟ , ନିର୍ବାଚନ କମିଶନଙ୍କ ଫ୍ଲାଇଂ ସ୍କ୍ୱାର୍ଡକୁ ଧମକାଇଥିବା ଅଭିଯୋଗ ହୋଇଥିଲା । ଏପରିକି ଏହି ସମୟର ଭିଡିଓ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହୋଇଥିଲା ।
ତେବେ ପୀତାମ୍ବର ପ୍ରାର୍ଥୀ ହୋଇଥିବା ସ୍ଥାନକୁ ଯିବା ସମୟରେ ଅଧା ରାସ୍ତାରେ ତାଙ୍କ ଗାଡିକୁ ପୋଲିସ ଅଟାକାଇଥିଲା । ହେଲେ କାହିଁକି ଗାଡି ଅଟକାଇଲ ବୋଲି ପୀତାମ୍ବର ଆଚାର୍ଯ୍ୟ ପ୍ରଶ୍ନ କରିବା ସହ ତାଙ୍କ ସାଙ୍ଗରେ ଯୁକ୍ତିତର୍କ କରିଥିଲେ । ଯାହା ପରବର୍ତୀ ସମୟରେ ସୋସିିଆଲ ମିଡିଆରେ ଭାଇରାଲ ହୋଇଥିଲା । ତେବେ ତାଙ୍କ ନାଁରେ ମାମଲା ଦାୟର ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/03/PITAMBARA.jpg)