କନକ ବ୍ୟୁରୋ: ଏସଡିଏମ୍ ଜ୍ୟୋତି ମୌର୍ଯ୍ୟଙ୍କ ଘଟଣା ପରେ ବିଭିନ୍ନ ସ୍ଥାନରୁ ଏଭଳି ଘଟଣା ସାମ୍ନାକୁ ଆସୁଛି । ଅଯୋଧ୍ୟାରେ ଏଭଳି ଆଉ ଏକ ଘଟଣା ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ପାରିବାରିକ କଳହକୁ ନେଇ ଜ୍ୟୋତି ମୌର୍ଯ୍ୟ ନାଁରେ ଡାକିଲେ ବୋଲି ସ୍ୱାମୀଙ୍କ ନାଁରେ ଥାନାରେ ମାମଲା ରୁଜୁ କଲା ସ୍ତ୍ରୀ । କେବଳ ସ୍ୱାମୀ ନାଁରେ ନୁହେଁ ତା ସହ ଦେଢଶୁର ଓ ଘରର ଅନ୍ୟ ସଦସ୍ୟଙ୍କ ନାଁରେ ମଧ୍ୟ ମାମଲା ଦାଏର କରିଛି ସ୍ତ୍ରୀ ।

Advertisment

ଅଯୋଧ୍ୟା କୋଟୱାଲି ସିଟିର ବାସିନ୍ଦା ଅନୁପଙ୍କ କହିବା କଥା ହେଉଛି ସେ ପରିଶ୍ରମ କରି ସ୍ତ୍ରୀକୁ ପାଠ ପଢାଇଲେ, ବିବାହ ସମୟରେ ନିଶା ଗ୍ରାଜୁସନ୍ ଶେଷ ବର୍ଷରେ ଥିଲେ । ଗ୍ରୁଜୁଏସନ୍ ପରେ ତାଙ୍କୁ ବିଏଡ୍ ପଢାଇଲେ । ଏଥିପାଇଁ ନିଜେ ଅଟୋ ଚଳାଇ କଲେଜରେ ୫୮ ହଜାର ଟଙ୍କାର ଫିସ୍ ଭରିଲେ ବିଏଡ୍ ଶେଷ ପରେ ସ୍ତ୍ରୀ ନିଜ ବାପ ଘରକୁ ଚାଲିଗଲା । ଏବେ ସେ ଅନ୍ୟ ଜଣେ ପୁରୁଷ ସହ ବୁଲୁଥିବାବେଳେ ତାଙ୍କୁ ପସନ୍ଦ କରୁନି । ତାଙ୍କ କାମ ଖରାପ ଓ ତାଙ୍କ ଚେହେରା ବି ଖରାପ । ତେଣୁ ଅନ୍ୟ ଜଣଙ୍କୁ ବିବାହ କରିବାକୁ ସ୍ତ୍ରୀ ନିଶା ଧମକ ଦେଉଥିବା ଅଭିଯୋଗ କରିଛନ୍ତି ଅନୁପ ।

ଅନ୍ୟପଟେ ସ୍ତ୍ରୀ ନିଶାଙ୍କ କହିବା କଥା ହେଉଛି ଦିନେ ସେ ଚା’ ପିଇବାକୁ ରାସ୍ତା କଡ ଷ୍ଟଲକୁ ଯାଇଥିଲେ । ସେଠାରେ ତାଙ୍କ ସହ କୋଚିଙ୍ଗ ନେଉଥିବା ଜଣେ ସହପାଠୀଙ୍କ ସହ ତାଙ୍କର ଦେଖାହୋଇଗଲା । ଦୁହେଁ କଥା ହେଉଥିବା ସମୟରେ ସେଠାରେ ତାଙ୍କ ସ୍ୱାମୀଙ୍କ ସହ ଦେଢଶୁର ଓ ତାଙ୍କର କିଛି ସାଙ୍ଗ ପହଞ୍ଚିଥିଲେ । ନିଶାଙ୍କୁ ତାଙ୍କ ସ୍ୱାମୀ ଗାଳିଗୁଲଜ କରିବା ସହ ଏହାର ଭିଡିଓ ବନାଇଥିଲେ ଦେଢଶୁର ଏହି ଘଟଣାକୁ ନେଇ ନିଶା ପୁଲିସରେ ମାମଲା ଦାଏର କରିଥିବା ଜଣାପଡିଛି । ଏବେ ଏହି ଭିଡିଓ ସୋସିଆଲ ମିଡିଅରେ ଭାଇରାଲ ହେବାରେ ଲାଗିଛି ।