ଅନୁଭବ ମହାନ୍ତିଙ୍କ ନାଁରେ ମାମଲା ରୁଜୁ: ଘରୋଇ ହିଂସା ଓ ନିର୍ଯାତନା ନେଇ ବର୍ଷାଙ୍କ ଏତଲା ଭିତରେ ନିଜଆଡୁ ମାମଲା ରୁଜୁ କଲା ପୁରୀଘାଟ ଥାନା ପୋଲିସ

ଦୁଇ ଦିନ ତଳେ ଅନୁଭବ-ବର୍ଷାଙ୍କ ଯୁକ୍ତିତର୍କର ଭିଡିଓ ହୋଇଥିଲା ଭାଇରାଲ । ସେପଟେ ପୋଲିସ ଡିଜିଙ୍କୁ ଚିଠି ଲେଖିଲେ ସୁରକ୍ଷା ମାଗିଲେ ଅନୁଭବ

267

କନକ ବ୍ୟୁରୋ : ଓଲିଉଡ ସୁପରଷ୍ଟାର ତଥା ବିଜେଡ଼ି ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ମାମଲା । ପୁରୀ ଘାଟ ଥାନାରେ ଅନୁଭବଙ୍କ ନାଁରେ ମାମଲା ରୁଜୁ କରାଯାଇଛି । ବର୍ଷା ପ୍ରିୟଦର୍ଶନୀଙ୍କ ଏତଲା ଆଧାରେ ମାମଲା ରୁଜୁ କରିଛି ପୁରୀ ଘାଟ ଥାନା ପୁଲିସ । ଘରୋଇ ହିଂସା ଓ ନିର୍ଯାତନା ନେଇ ବର୍ଷା ଏତଲା କରିଥିଲେ । ଅନୁଭବଙ୍କ ୨ ସହଯୋଗୀଙ୍କ ନାଁରେ ମଧ୍ୟ ମାମଲା ରୁଜୁ କରାଯାଇଛି । ଅନୁଭବ ଓ ତାଙ୍କ ସହଯୋଗୀଙ୍କୁ ଏନେଇ ପୁଲିସ ପଚରାଉଚରା କରିଛି । ଦୁଇ ଦିନ ତଳେ ବର୍ଷା ଓ ଅନୁଭବଙ୍କ ଯୁକ୍ତିତର୍କର ଏକ ଭିଡିଓ ଭାଇରାଲ ହୋଇଥିଲା । ଭାଇରାଟ ଭିଡିଓ ନେଇ ବର୍ଷା ଅଭିଯୋଗ କରିଥିଲେ ।

ସେପଟେ ଆଜି ପୁଲିସ ଡିଜିଙ୍କୁ ଚିଠି ଲେଖି ସୁରକ୍ଷା ମାଗିଛନ୍ତି ସାଂସଦ ଅନୁଭବ ମହାନ୍ତି । ଏଥିରେ ସେ ଅଭିଯୋଗ କରିଛନ୍ତି, ତାଙ୍କ ଓ ତାଙ୍କ ପରିବାର ପ୍ରତି ଷଡଯନ୍ତ୍ର ଚାଲିଛି । ଚିଠି ସହ ପୁଲିସ ଡିଜିଙ୍କ ପାଖରେ କିଛି ଘଟଣାକୁ ଦର୍ଶାଇଛନ୍ତି ଅନୁଭବ । ଚିଠିରେ ତାଙ୍କ ବିରୁଦ୍ଧରେ ଚକ୍ରାନ୍ତ କରୁଥିବା ବ୍ୟକ୍ତିଙ୍କ ନାଁ ଦର୍ଶାଇଛନ୍ତି । କିଛି ଦିନ ତଳେ ବର୍ଷା ପ୍ରୟିଦର୍ଶିନୀ ଓ ତାଙ୍କ ଦୁଇଉଭଣୀଙ୍କ ସହିତ ଫୋନ କଥା ହେଉଥିବାର ଏକ ଅଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏଥିରେ ତାଙ୍କ ଓ ତାଙ୍କ ପରିବାର ବିରୋଧରେ ଷଡଯନ୍ତ୍ର ହେଉଥିବା ଅଭିଯୋଗ ଆଣିଛନ୍ତି ଅନୁଭବ । ତେଣୁ ଏହି ଅଡିଓର ସତ୍ୟାସତ୍ୟ ଯାଂଚ କରିବାକୁ ସେ ଦାବି କରିଛନ୍ତି । ଯଦି ଅଡିଓ ମିଛ ହୋଇଥାଏ ତାହାହେଲେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଛନ୍ତି ।

ତେବେ ଜଣେ ଲୋକ ପ୍ରତିନିଧି ଓ ଜଣେ ଅଭିନେତ୍ରୀ । ଉଭୟ ଲୋକମାନଙ୍କ ପାଇଁ ଆଦର୍ଶ ହୋଇଥିବା ବେଳେ ଉଭୟଙ୍କ ମଧ୍ୟରେ ଏଭଳି ବିବାଦ ଲୋକମାନଙ୍କୁ ଚିନ୍ତା କରିବାକୁ ବାଧ୍ୟ କରୁଛି ଯେ ଆଦର୍ଶ ମାନେ ବି ସାଧାରଣ ଆମଭଳି ଜୀବନ ଯାପନ କରନ୍ତି । ଆମଭଳି ବି ସେମାନଙ୍କ ଘରେ କଳି ଝଗଡା ଥାଏ । ମନାନ୍ତର ମତାନ୍ତର ବି ଥାଏ । ହେଲେ ସେମାନେ କେବଳ ପରଦା ଉପରେ ଓ ଜନସଭାରେ ଆମ ମାନଙ୍କୁ ଶୃଙ୍ଖଳିତ ଜୀବନ ଜିଇଁବାକୁ ଉପଦେଶ ଦେଇଥା’ନ୍ତି ହେଲେ ନିଜ ଜୀବନରେ ସେ ସେବୁଠାରୁ ଅନେକ ଦୂରରେ ରହିଥା’ନ୍ତି । ଅନ୍ୟପଟେ ଗାନ୍ଧୀଙ୍କ ବାଣୀ ‘ମୁଁ ଯାହା କହୁଛି ତାହା କର ହେଲେ ମୁଁ ଯାହା କରୁଛି ତାକୁ ନେଇ ପ୍ରଶ୍ନ ପଚାର ନାହିଁ’ ର ସଠିକ୍ ବ୍ୟବହାର କରନ୍ତି ଏହି ତଥା କଥିତ ଆଦର୍ଶ ମାନେ ।