ଅନଲାଇନ୍ ଅବଢ଼ା ବିକ୍ରିକୁ ବିରୋଧ । ଲିଙ୍ଗରାଜ ଥାନାରେ ଅଭିଯୋଗ କଲା ବ୍ରାହ୍ମଣ ନିଯୋଗ । କହିଲେ, ଆମିଷ ଖାଦ୍ୟ ତିଆରି କରୁଥିବା ସଂସ୍ଥା ଏବେ ବିକୁଛନ୍ତି ଅବଢ଼ା

565

କନକ ବ୍ୟୁରୋ : ଅନଲାଇନରେ ଅବଢ଼ା ବିକ୍ରିକୁ ବିରୋଧ । ଏହାକୁ ନେଇ ଲିଙ୍ଗରାଜ ଥାନାରେ ବ୍ରାହ୍ମଣ ନିଯୋଗର ଅଭିଯୋଗ । ଗତ କିଛି ଦିନ ହେବ ଜନୈକ ବ୍ୟକ୍ତି ଶ୍ରୀ ଶ୍ରୀ ବାସୁଦେବ ଓ ଲିଙ୍ଗରାଜଙ୍କ ଅବଢ଼ାକୁ ଅନଲାଇନରେ ବିକ୍ରି କରି ଆସୁଛି । ଏହାକୁ ବିରୋଧ କରିଛନ୍ତି ବ୍ରାହ୍ମଣ ନିଯୋଗ । ଶ୍ରୀ ବାସୁଦେବଙ୍କ ପ୍ରସାଦକୁ ଏହି ବ୍ୟକ୍ତି ଅନଲାଇନରେ ଦ୍ୱାର ଦ୍ୱାର ବୁଲି ବିକ୍ରି କରୁଛନ୍ତି ।

ତେବେ ବ୍ରାହ୍ମଣ ନିଯୋଗ ଅନୁସାରେ ସେହି ବ୍ୟକ୍ତି ବିଭିନ୍ନ ଆମିଷ ଖାଦ୍ୟ ମଧ୍ୟ ତାଙ୍କର କାଟାଲଗରେ ରଖିଛନ୍ତି । ଏପରି ହେଲେ ଏହା ଅବଢ଼ା ପ୍ରତି ଅସମ୍ମାନ ବୋଲି କୁହାଯିବ ବୋଲି ଥାନାରେ ଅଭିଯୋଗ କରିଛି ବ୍ରାହ୍ମଣ ନିଯୋଗ ।

ପରମ୍ପରା ଭଙ୍ଗ କରି ଅନଲାଇନରେ ଅବଢ଼ା ବିକ୍ରି କରୁଥିବା ଲୋକଙ୍କୁ ତୁରନ୍ତ ଗିରଫ କରିବାକୁ ଲିଙ୍ଗରାଜ ଥାନାରେ ଅଭିଯୋଗ କରିଛି ବ୍ରାହ୍ମଣ ନିଯୋଗ । କରୋନା କଟକଣା କାରଣରୁ ମନ୍ଦିରରୁ ଅବଢ଼ା ବାହାରୁ ନଥିବା ସମୟରେ ଅନଲାଇନରେ ଏପରି ଅବଢ଼ା ବିକ୍ରିକୁ ନେଇ ବିରୋଧ ତେଜିଛି ।