ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଝିଅଙ୍କ ନାଁରେ ମାମଲା: କୋଭିଡ ଗାଇଡଲାଇନ ଉଲ୍ଲଂଘନ ଅଭିଯୋଗରେ ପ୍ରଶାସନର ଏତଲା ପରେ ମାମଲା ରୁଜୁ କଲା ପୋଲିସ; ଦୀପାଳି ଦାସ କହିଲେ, କରିନାହାନ୍ତି ଆଇନ ଉଲ୍ଲଂଘନ

ନିରାଶ-ହତାଶ ବ୍ୟକ୍ତି ଆଣିଛନ୍ତି ଅଭିଯୋଗ

465

କନକ ବ୍ୟୁରୋ: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଝିଅ ଦିପାଳୀ ଦାସଙ୍କ ନାଁରେ ମାମଲା । କୋଭିଡ ନିୟମ ଉଲ୍ଲଘଂନ ନେଇ ତାଙ୍କ ନାଁରେ ଅଭିଯୋଗ ହୋଇଛି । ପ୍ରଶାସନ ଏବଂ ପୌର ପରିଷଦ ଅଧିକାରୀଙ୍କ ଏତଲା ଆଧାରରେ ମାମଲା ରୁଜୁ କରିଛି ପୋଲିସ । ଝାରସୁଗୁଡା ଏସପି ଏନେଇ ସୂଚନା ଦେଇଛନ୍ତ ିା କରୋନା ସମୟରେ ସବୁ ସଭା ସମିତି ବନ୍ଦ ରହିଛି । ତେବେ ଗତ ୨୨ ତାରିଖରେ ନରସିଂହ-ବିଷ୍ଣୁପ୍ରିୟା ସେବା ଟ୍ରଷ୍ଟ ପକ୍ଷରୁ ଏକ ସଭାର ଆୟୋଜନ ହୋଇଥିଲା । କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା ଦେବା ପାଇଁ ଏହି ସଭାର ଆୟୋଜନ ହୋଇଥିଲା ।

ତେବେ ଏଥିରେ ଶତାଧିକ ଲୋକଙ୍କ ସମାଗମ ହୋଇଥିଲା । କରୋନା ସମୟରେ ଏଭଳି ସଭାର ଆୟୋଜନ ଏବଂ ଏଥିରେ ସାମାଜିକ ଦୂରତା ଉଲ୍ଲଂଘନ ହୋଇଥିବା ନେଇ ଅଭିଯୋଗ ହୋଇଛି । ସେପଟେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଗତ ୨୨ ତାରିଖର ହୋଇଥିବା ସଭାକୁ ନେଇ କିଛି ନିରାଶ ଏବଂ ହତାଶ ବ୍ୟକ୍ତି ଆଇନ ଉଲ୍ଲଂଘନ ହୋଇଥିବା ଅଭିଯୋଗ କରୁଛନ୍ତି । ସେ ଆଇନକୁ ସମ୍ମାନ ଦିଅନ୍ତି ଏବଂ କୌଣସି ଉଲ୍ଲଂଘନ କରିନାହାଁନ୍ତି ବୋଲି ଦୀପାଳି ଦାସ କହିଛନ୍ତି ।