କନକ ବ୍ୟୁରୋ: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ନାଁରେ ମାମଲା ରୁଜୁ । ଜଗନ ଓ ଅନ୍ୟ ଦୁଇ ଆଇପିଏସ ଅଧିକାରୀଙ୍କ ନାଁରେ ହତ୍ୟା ଉଦ୍ୟମ ଅଭିଯୋଗ ଆଧାରରେ ମାମଲା ରୁଜୁ ହୋଇଛି । ଗୁଣ୍ଟୁର ଜିଲ୍ଲା ନଗରାମପାଲେମ ଥାନାରେ ପକ୍ଷରୁ ମାମଲା ରୁଜୁ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ହତ୍ୟା ଉଦ୍ୟମ, ହେପାଜତରେ ରଖି ମାନସିକ ଓ ଶାରିରୀକ ନିର୍ଯ୍ୟାତନା, ଅପରାଧିକ ଷଡଯନ୍ତ୍ର ଭଳି ଅଭିଯୋଗ ଆଣିଛନ୍ତି ବିଧାୟକ କେ ରଘୁରାମ କ୍ରିଷ୍ଣାମ ରାଜୁ । ସରକାରରେ ଥିବା ସମୟରେ ତାଙ୍କ ସହ ଜଗନ ଓ ଆଇପିଏସ ଅଧିକାରୀ ଏଭଳି ନିର୍ଯ୍ୟାତନା ଦେଇଥିଲେ ବୋଲି ରଘୁରାମ ନିଜ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି ।
ଜଗନ ରେଡ୍ଡୀଙ୍କ ନାଁରେ ମାମଲା ରୁଜୁ । ହତ୍ୟା ଉଦ୍ୟମ ଅଭିଯୋଗ ଆଧାରରେ ମାମଲା ରୁଜୁ ।
/kanak/media/post_attachments/wp-content/uploads/2024/07/jagan-mohan-reddy-small-1720782324.jpg)