କନକ ବ୍ୟୁରୋ: ଥାନାକୁ ଗଲା ୧୦୪ ନମ୍ବରକୁ ଫେକ୍ କଲ ମାମଲା । ସହିଦନଗର ଥାନାରେ ୩୮ ଜଣଙ୍କ ନାଁରେ ମାମଲା ରୁଜୁ କଲା ପୋଲିସ୍ । ତେବେ ସବୁଠାରୁ ଲଜ୍ଜାଜନକ କଥା ହେଲା କି , କେବଳ ଗୋଟିଏ ନମ୍ବରରୁ ୧୦୪କୁ ସର୍ବାଧିକ ୨୭୯ ଥର କଲ୍ ଆସିଥିବା ମାମଲା ରୁଜୁ ହେବା ପରେ ସାମ୍ନାକୁ ଆସିଛି । ତେବେ କରୋନା ଭଳି ମାରାତ୍ମକ ଭୂତାଣୁର ସଂକ୍ରମଣ ରୋକିବା ସହ ବିଦେଶ ଫେରନ୍ତାଙ୍କ ପଞ୍ଜୀକରଣ ଉଦ୍ଦେଶ୍ୟରେ କାର୍ଯ୍ୟକାରୀ କରୁଥିବା ଏହି ନମ୍ବରକୁ କିଛି ଅସାମାଜିକ ବ୍ୟକ୍ତିମାନେ କଲ୍ କରି ହଇରାଣ କରୁଥିବା ଘଟଣା ସାମ୍ନାକୁ ଆସିଥଲା ।
୧୦୪ ନମ୍ୱରକୁ ମିଛ କଲ୍ ନେଇ ଥାନାରେ ମାମଲା ରୁଜୁ । ସହିଦନଗର ଥାନାରେ ୩୮ଜଣଙ୍କ ନାଁରେ ମାମଲା ରୁଜୁ । ଗୋଟିଏ ନମ୍ୱରରୁ ଆସିଛି ସର୍ବାଧିକ ୨୭୯ଥର କଲ । କୋଭିଡ୍ ହେଲ୍ପଲାଇନ ନମ୍ୱର ୧୦୪ ।#KanakNews#OdishaFightsCoronavirus#COVID19#helpline#Odishapic.twitter.com/92sqaO96mU
— Kanak News (@kanak_news) April 22, 2020
ଏହି ୧୦୪ କଲ ସେଣ୍ଟରେ ସମସ୍ତଙ୍କ ସୁରକ୍ଷା ଏବଂ କରୋନା ଲଢ଼େରେ ବିଜୟ ପାଇଁ ଦିନରାତି ଏକ କରି କାର୍ଯ୍ୟ କରୁଛନ୍ତି । ହେଲେ ଏଭଳି କରୋନା ଯୋଦ୍ଧାମାନଙ୍କୁ ଫେକ୍ କଲ୍ କରି ପ୍ରେମ ନିବେଦନ କରିବା ସହ ଥାଟ୍ଟାମଜା କରି କିଛି ଅଭଦ୍ର ବ୍ୟକ୍ତି ତାଙ୍କ କାର୍ଯ୍ୟକ୍ଷେତ୍ରରେ ବାଧା ସୃଷ୍ଟି କରିଥିବା ସାମ୍ନାକୁ ଆସିଥିଲା । ତେଣୁ ସରକାର ଏମାନଙ୍କ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ନେବେ ସରକାର । କାରଣ କୋଭିଡ୍-୧୯ ନିୟମ ଅନୁସାରେ କରୋନା ଭଳି ବିପତ୍ତି ସମୟରେ ଯଦି କରୋନା ଯୋଦ୍ଧାଙ୍କୁ ଅସଦ ବ୍ୟବହାର କିମ୍ବା ସେମାନଙ୍କ କାର୍ଯ୍ୟକ୍ଷେତ୍ରରେ ବାଧା ସୃଷ୍ଟି କରାଯାଏ ତେବେ ସେ ଯିଏ ହେଉ କି ନାହିଁ ତାଙ୍କ ବିରୋଧରେ ରାଷ୍ଟ୍ରଦୋହ ମାମଲା ଲାଗିବ । ଆଉ ସେମାନେ ଜେଲ ମଧ୍ୟ ଯିବେ ବୋଲି ଗତକାଲି ଚେତାବନୀ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ତେବେ କରୋନା ସମସ୍ୟ ନେଇ ୧୦୪ କଲ୍ ସେଣ୍ଟରକୁ ପ୍ରତିଦିନ ୧୫ ହଜାରରୁ ଅଧିକ କଲ୍ ଆସୁଥିବାବେଳେ ୩ରୁ ୪ ହଜାର ଫେକ୍ କଲ ଆସୁଥିବା ଗତକାଲି ୧୦୪ କଲ୍ ସେଣ୍ଟର କର୍ତ୍ତୁପକ୍ଷ ସୂଚନା ଦେଇଥିଲେ । ଅନ୍ୟପଟେ ଏଭଳି ଅସାମାଜିକ ଲୋକଙ୍କୁ ତୁରନ୍ତ ଗିରଫ କରି ସେମାନଙ୍କ ବିରୋଧରେ କଡ଼ା କର୍ଯ୍ୟାନୁଷ୍ଠାନ ନେବାକୁ ବିଭିନ୍ନ ମହଲରୁ ଦାବି ଜଣାଇଥିଲେ ।