ବଲିଉଡ୍ ସିଙ୍ଗର ହନି ସିଂହଙ୍କ ବିରୋଧରେ ଥାନାରେ ଏତଲା । ଘରୋଇ ହିଂସାର ଅଭିଯୋଗ ଆଣିଲେ ପତ୍ନୀ ଶାଲିନୀ ତଲୱାର

Advertisment
ବଲିଉଡ୍ ସିଙ୍ଗର ହନି ସିଂହଙ୍କ ବିରୋଧରେ ଥାନାରେ ଏତଲା । ଘରୋଇ ହିଂସାର ଅଭିଯୋଗ ଆଣିଲେ ପତ୍ନୀ ଶାଲିନୀ ତଲୱାର

କନକ ବ୍ୟୁରୋ: ବଲିଉଡ୍ ସିଙ୍ଗର ତଥା ରାପର ହନି ସିଂହଙ୍କ ବିରୋଧରେ ଥାନାରେ ଏତଲା । ତାଙ୍କ ବିରୋଧରେ ଘରୋଇ ହିଂସାର ଅଭିଯୋଗ ଆଣିଲେ ପତ୍ନୀ ଶାଲିନି ତଲୱାର । କେବଳ ହନି ସିଂହ ନୁହଁନ୍ତି ତାଙ୍କ ପରିବାର ଲୋକଙ୍କ ବିରୋଧରେ ମଧ୍ୟ ଅଭିଯୋଗ କରିଛନ୍ତି ଶାଲିନି । ଯାହାକୁ ନେଇ ଦିଲ୍ଲୀ ତିଶ ହଜାରି କୋର୍ଟ ହନି ସିଂହଙ୍କୁ ନୋଟିସ ଜାରି କରିଛି ।

କୋର୍ଟ ହନି ସିଂହଙ୍କୁ ୨୮ ଅଗଷ୍ଟ ସୁଦ୍ଧା ନିଜ ଜବାବ ରଖିବାକୁ କହିଛନ୍ତି । ଏଥିସହ ପତ୍ନୀଙ୍କ ସହ ଜଏଂଟ ପ୍ରପର୍ଟି ବିକ୍ରି କରିବା ଉପରେ ମଧ୍ୟ ଷ୍ଟେ ଅର୍ଡର ଜାରି କରିଛନ୍ତି କୋର୍ଟ । ହନି ସଂହ ୨୦୧୧ରେ ଶାଲିନୀଙ୍କୁ ପ୍ରେମ ବିବାହ କରିଥିଲେ । ସେ ୨୦୧୪ ମସିହାରେ ଶାଲିନୀଙ୍କୁ ରିୟାଲିଟି ଶୋ ଇଣ୍ଡିଆଜ ର-ଷ୍ଟାରରେ ପ୍ରଥମ କରି ସଭିଁଙ୍କ ସାମ୍ନାରେ ପରିଚିତ କରାଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe