ନିର୍ବାଚନୀ ଜିଙ୍ଗିଲ୍ସରେ ଦିଦିଙ୍କୁ କଟାକ୍ଷ ପଡିଲା ମହଙ୍ଗା ! ଗାୟକ ତଥା ବିଜେପି ସାଂସଦ ବାବୁଲ ସୁପ୍ରିୟୋଙ୍କ ବିରୋଧରେ ରୁଜୁ ହେଲା ମାମଲା ।

209

ପଶ୍ଚିମବଙ୍ଗରେ ବିଜେପିର ନିର୍ବାଚନ ପ୍ରଚାର ଉଦ୍ଦେଶ୍ୟରେ ତୃଣମୂଳ କଂଗ୍ରେସ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କଟାକ୍ଷ କରି ଏକ ଜିଙ୍ଗିଲ୍ସ ପ୍ରସ୍ତୁତ କରିବା ଖ୍ୟାତନାମା କଣ୍ଠଶିଳ୍ପୀ ତଥା ବିଜେପି ସାଂସଦ ବାବୁଲ ସୁପ୍ରିୟୋଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ବାବୁଲ ସୁପ୍ରିୟୋ ତାଙ୍କ ଦ୍ୱାରା ପ୍ରସ୍ତୁତ ଏହି ଜିଙ୍ଗିଲ୍ସରେ ଉଦ୍ଦେଶ୍ୟମୂଳକ ଭାବେ ମମତାଙ୍କୁ ସାଧାରଣରେ ନିନ୍ଦିତ ଓ ଅପମାନିତ କରିବା ସହ ତାଙ୍କର ମାନହାନୀ ଘଟାଇବାକୁ ଚେଷ୍ଟା କରିଥିବା ଅଭିଯୋଗ କରି ମମତାଙ୍କ ଜନୈକ ସମର୍ଥକ ଗୌରବ ଗୁପ୍ତା ପୁଲିସ୍ ଥାନାରେ ଏକ ଅଭିଯୋଗ ଆଗତ କରିଛନ୍ତି ।

ତେବେ, ବାବୁଲ ସୁପ୍ରିୟୋ ତାଙ୍କ ଦ୍ୱାରା ପ୍ରସ୍ତୁତ ଏହି ଜିଙ୍ଗିଲ୍ସର ଗୀତରେ ଅଛି; ଏଥର ଫୁଟିବ ପଦ୍ମ, ତୃଣମୂଳ ତୁମେ ବାଙ୍ଗଲା ଛାଡ଼ । ଏ ତୃଣମୂଳ ଆଉ ନୁହେଁ । ଦିଦି ପିନ୍ଧନ୍ତି ହାଓ୍ଵାଇ ଚଟି, ଭାଇମାନେ ସବୁ ତାଙ୍କ କୋଟିପତି । ଏ ତୃଣମୂଳ ଆଉ ନୁହେଁଟ୍ଟ. (ଫୁଟବେ ଏବାର ପଦମ୍ ଫୁଲ୍, ବାଙ୍ଗଲା ଛାଡ଼ୋ ତୃଣମୂଲ। ଏ ତୃଣମୂଳ ଆର୍ ନା । ଦିଦି ପୋରେ ହାଓ୍ଵାଇ ଚଟି, ଭାୟେରା ସୋବାଏ କୋଟିପତି । ଏ ତୃଣମୂଲ ଆର୍ ନାଟ୍ଟ.) ।