କନକ ବ୍ୟୁରୋ: ହିନ୍ଦୁ ବିରୋଧୀ ବୟାନ ଦେଇ ପୁଣି ବିବାଦରେ ଏଆଇଏମଆଇଏମ ମୁଖ୍ୟ ଅସଦଉଦ୍ଦିନ ଓୱେସୀ । ଓୱେସୀଙ୍କ ବିରୋଧରେ ମାମଲା ରୁଜୁ କରିଛି ହିନ୍ଦୁ ସେନା । ନିକଟରେ ଏକ ଜନସଭାକୁ ସମ୍ବୋଧିତ କରି ଅଯୋଧ୍ୟା ରାମମନ୍ଦିର ବିରୋଧରେ ବିବାଦୀୟ ବୟାନ ଦେବା ସହ ଉସକାଇବା ଭଳି ଭାଷଣ ଦେଇଥିବା ଅଭିଯୋଗ ହୋଇଛି । ଏଆଇଏମଆଇଏମ ମୁଖ୍ୟ କହିଥିଲେ ବାବ୍ରି ମସଜିଦଙ୍କୁ ଜାଣିଶୁଣି ବିଜେପି ସରକାର ମାଟିରେ ମିଶାଇଛନ୍ତି । ଆଗକୁ ଏଭଳି ଅନେକ ମସଜିଦ ଧ୍ୱଂସ କରାଯିବ । ତେଣୁ ବିଜେପି ନେତୃତର କେନ୍ଦ୍ର ସରକାରଙ୍କୁ ସଜାଗ ରହିବାକୁ ମୁସଲିମ ଯୁବକଙ୍କୁ ଅପିଲ କରିଥିଲେ ଓୱେସୀ । ଏଥିସହ ଉସକାଇବା ଭଲି ଭାଷଣରେ ଓୱେସୀ କହିଥିଲେ ଧୀରେ ଧିରେ ସବୁ ମସଜିଦ ହାତରୁ ଯିବ ଓ ଯେଉଁଠି କୋରାନା ପଢ଼ାଯାଉଛି ସେଠି ମନ୍ଦିର ଗଢ଼ି ଉଠିବ । ଦିଲ୍ଲୀରୁ ସୁବର୍ଣ୍ଣ ମସଜିଦ ସହ କିଛି ମସଜିଦ ଭାଙ୍ଗିବା ପାଇଁ ଷଡଯନ୍ତ୍ର ଚାଲିଛି । ଓୱେସୀଙ୍କ ଏଭଳି ବୟାନ ଦେଶରେ ଦଙ୍ଗା ପରିସ୍ଥିତି ସୃଷ୍ଟି କରିବ ବୋଲି ଅଭିଯୋଗ କରି ମାମଲା ରୁଜୁୁ କରିଛି ହିନ୍ଦୁ ସେନା ।
ଏଆଇଏମଆଇଏମ ମୁଖ୍ୟଙ୍କ ନାଁରେ ମାମଲା ରୁଜୁ: ରାମମନ୍ଦିର ନିର୍ମାଣକୁ ବିରୋଧ କରି ଅସଦଉଦ୍ଦିନ ଓୱେସୀ ଉସକାଇବା ଭଳି ଭାଷଣ ଦେଇଥିବା ଅଭିଯୋଗ
/kanak/media/post_attachments/wp-content/uploads/2024/01/23-1.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)