ପୂର୍ବ କ୍ରିକେଟର ତଥା କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହୋଇଛି। ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇ ସିଦ୍ଧୁ ପାକ୍ ସେନା ମୁଖ୍ୟ ଜେନେରାଲ କମର ଜାଭେଦ ବାଜଓ୍ଵାଙ୍କୁ ଆଲିଙ୍ଗନ କରିଥିଲେ। ତେବେ ସିଦ୍ଧୁଙ୍କର ଏଭଳି କାର୍ୟ୍ୟଦ୍ୱାରା ସେ ଭାରତୀୟ ସେନାବାହିନୀକୁ ଅପମାନିତ କରିଛନ୍ତି ବୋଲି କହି ବିହାରର ଜଣେ ଆଇନଜୀବୀ ସିଦ୍ଧୁଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିଛନ୍ତି।
ସୁଧୀର କୁମାର ଓଝା ନାମକ ଜଣେ ଆଇନଜୀବୀ ମୁଜାଫରପୁର ସିଜେଏମ୍ କୋର୍ଟରେ ସିଦ୍ଧୁଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିଛନ୍ତି। ତେବେ କେବଳ ଏତିକି ନୁହଁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦ୍ର ସିଂହ ମଧ୍ୟ ସିଦ୍ଧୁଙ୍କର ଏଭଳି କାର୍ଯ୍ୟ ପାଇଁ କ୍ଷୋଭ ପ୍ରକାଶ କରିଛନ୍ତି । ଏମିତିକି ଖୋଦ୍ ପଞ୍ଜାବ ଏବଂ ବିଭିନ୍ନ ରାଜ୍ୟର ଲୋକମାନେ ନବଜୋତ ସିଂହ ସିଦ୍ଧୁ ମୁର୍ଦାବାଦର ନାରା ମଧ୍ୟ ଲଗାଇ ତାଙ୍କ କୁଶପୁତ୍ତଳିକା ଦାହ କରୁଛନ୍ତି । ତେବେ ଏହି କଥା ଶୁଣି ଠିକଣା ସମୟରେ ଏହାର ଜବାବ ଦେବେ ବୋଲି ସିଦ୍ଧୁ କହିଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/08/sidhu-fiasco-1534679093.jpg)
/kanak/media/post_attachments/wp-content/uploads/2018/08/gyuy-300x195.jpg)