କୋଭିଡ ନିୟମ ଭାଙ୍ଗିବା ଅଭିଯୋଗରେ ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟଙ୍କ ବିରୋଧରେ ମାମଲା ରୁଜୁ । ମହାମାରୀ ଆଇନ ଅନୁସାରେ ମାମଲା ଦାୟର କଲା ପୁରୀ ସମୁଦ୍ର କୂଳ ଥାନା ପୋଲିସ ।

Advertisment
କୋଭିଡ ନିୟମ ଭାଙ୍ଗିବା ଅଭିଯୋଗରେ ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟଙ୍କ ବିରୋଧରେ ମାମଲା ରୁଜୁ । ମହାମାରୀ ଆଇନ ଅନୁସାରେ ମାମଲା ଦାୟର କଲା ପୁରୀ ସମୁଦ୍ର କୂଳ ଥାନା ପୋଲିସ ।

କନକ ବ୍ୟୁରୋ: କୋଭିଡ୍ ନିୟମ ଉଲଂଘନ ଅଭିଯୋଗରେ ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ମହାମାରୀ ଆଇନ ଅନୁସାରେ ପୁରୀ ସମୁଦ୍ରକୂଳ ଥାନା ଦାୟର କରିଛି ମାମଲା ।

ଦିବଗଂତ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଅନ୍ତିମ ସଂସ୍କାରରେ ସାମିଲ ହୋଇଥିଲେ ସତ୍ୟବାଦୀ ବିଧାୟକ । ତାଙ୍କର କରୋନା ପଜିଟିଭ୍ ଥିଲା, ନିୟମ ଅନୁସାରେ ସଙ୍ଗରୋଧରେ ରହିବା କଥା, ହେଲେ ଏହାକୁ ଉମା ସାମନ୍ତରାୟ ମାନିନଥିବା ଅଭିଯୋଗ ହୋଇଥିଲା । ଏ ନେଇ ଥାନାରେ ଏତଲା ଦେଇଥିଲେ ବିଜେପି ଯୁବ ମୋର୍ଚ୍ଚା ଓ ଜଗନ୍ନାଥ ସେନା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe