କନକ ବ୍ୟୁରୋ: କୋଭିଡ୍ ନିୟମ ଉଲଂଘନ ଅଭିଯୋଗରେ ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ମହାମାରୀ ଆଇନ ଅନୁସାରେ ପୁରୀ ସମୁଦ୍ରକୂଳ ଥାନା ଦାୟର କରିଛି ମାମଲା ।
ଦିବଗଂତ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଅନ୍ତିମ ସଂସ୍କାରରେ ସାମିଲ ହୋଇଥିଲେ ସତ୍ୟବାଦୀ ବିଧାୟକ । ତାଙ୍କର କରୋନା ପଜିଟିଭ୍ ଥିଲା, ନିୟମ ଅନୁସାରେ ସଙ୍ଗରୋଧରେ ରହିବା କଥା, ହେଲେ ଏହାକୁ ଉମା ସାମନ୍ତରାୟ ମାନିନଥିବା ଅଭିଯୋଗ ହୋଇଥିଲା । ଏ ନେଇ ଥାନାରେ ଏତଲା ଦେଇଥିଲେ ବିଜେପି ଯୁବ ମୋର୍ଚ୍ଚା ଓ ଜଗନ୍ନାଥ ସେନା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/10/39-9.jpg)