କନକ ବ୍ୟୁରୋ: ଅଡୁଆରେ ଖେଳାଳିରୁ ନେତା ବନିଥିବା ଗୌତମ ଗମ୍ଭୀର । ବିନା ଅନୁମତିରେ ରାଲି କରିଥିବାରୁ ଗମ୍ଭୀରଙ୍କ ବିରୋଧରେ ମାମଲା ରୁଜୁ କରିଛି ଦିଲ୍ଲୀ ପୁଲିସ । ଗୌତମ ଗମ୍ଭୀର ପୂର୍ବ ଦିଲ୍ଲୀରୁ ବିଜେପି ଟିକଟରେ ଲଢୁଥିବା ବେଳେ ପୁଲିସର ବିନା ଅନୁମତିରେ ନିର୍ବାଚନୀ ରାଲି କରିଥିଲେ । ଗତ ୨୫ ତାରିଖରେ ଗମ୍ଭୀର ଦିଲ୍ଲୀ ଜାଙ୍ଗପୁରାରେ ରାଲି କରି ପ୍ରଚାର କରିଥିଲେ ।
source : Hindustan Timesଯାହାକୁ ନେଇ ଦିଲ୍ଲୀ ମୁଖ୍ୟ ନିର୍ବାଚନ ଅଧିକାରୀ କେ. ମହେଶ ଗୌତମ ଅସନ୍ତୋଷ ପ୍ରକାଶ କରିବା ସହ ଗମ୍ଭୀରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦେଶ ଦେଇଥିଲେ । ଏହାପରେ ଦିଲ୍ଲୀ ପୁଲିସ ତାଙ୍କ ବିରୋଧରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ଗୌତମଙ୍କ ବିରୋଧରେ ହୋଇଥିବା ମାମଲାର ଶୁଣାଣୀ ମେ ୨ ତାରିଖରେ ହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/04/GAMBHIR.jpg)