କକ୍ଷପଥରେ ସ୍ଥାପିତ ହେଲା କାର୍ଟୋସାଟ୍ – ୩ ମିସାଇଲ୍ । ଆକାଶରୁ ପାକିସ୍ତାନର ଗତିବିଧି ଉପରେ ନଜର ରଖିବ ମିସାଇଲ୍ କାର୍ଟୋସାଟ୍ – ୩ ।

195

ବୁଧବାର ସକାଳ ୯ : ୨୮ ମିନିଟରେ ଇସ୍ରୋ ସଫଳତାର ସହ ପିଏସଏଲ୍-ସି ୪୭ ଯୋଗେ କୃତ୍ରିମ ଉପଗ୍ରହ କାର୍ଟୋସାଟ୍-୩ କୁ ଉତକ୍ଷେପଣ କରି କକ୍ଷପଥରେ ସ୍ଥାପନ କରିଛି। ଏହି ରିମୋଟ୍ ସେନ୍ସିଙ୍ଗ୍ ସାଟେଲାଇଟ୍ ଭୂପୃଷ୍ଟକୁ ବିସ୍ତୃତ ଭାବେ ମ୍ୟାପିଙ୍ଗ୍ କରି ପାରିବ।

କାର୍ଟୋସାଟ୍ ସହ ପିଏସଏଲଭି ଏହାର ୪୯ ତମ ଉଡ଼ାଣରେ ଯୁକ୍ତରାଷ୍ଟ୍ର ଆମେରିକାର ୧୩ଟି ଅତି କ୍ଷୁଦ୍ର ସାଟେଲାଇଟ୍ ମଧ୍ୟ ନିର୍ଦ୍ଧାରିତ କକ୍ଷପଥରେ ସ୍ଥାପନ କରିଛି। ସତୀଶ ଧାଓ୍ଵନ୍ ମହାକାଶ କେନ୍ଦ୍ରର ଦ୍ୱିତୀୟ ଲଞ୍ଚ୍ ପ୍ୟାଡରୁ ସକାଳ ୯: ୨୮ ରେ ଉତକ୍ଷେପିତ ହେବାର ୧୭ ମିନିଟ୍ ପରେ କାର୍ଟୋସାଟ୍-୩ କୁ ପୋଲାର୍ ସନ୍ ସିଙ୍କ୍ରୋନସ୍ ଅରବିଟରେ ସ୍ଥାପନ କରିଥିଲା।