କନକ ବ୍ୟୁରୋ: ୨୦୦୮ ଅହମ୍ମଦାବାଦ ସିରିଏଲ୍ ବିସ୍ଫୋରଣ ମାମଲାରେ ୩୮ ଜଣ ଦୋଷୀଙ୍କୁ ମୃତ୍ୟୁଦଣ୍ଡ ଦେବା ପାଇଁ ସ୍ୱତନ୍ତ୍ର ଅଦାଲତଙ୍କ ରାୟକୁ ପ୍ରଶଂସା କରି ବିଜେପିର ଏକ ଟ୍ୱିଟକୁ ନେଇ ବିବାଦ ଦେଖାଦେଇଛି । ବିଜେପିର ଗୁଜୁରାଟ ୟୁନିଟର ଅଫିସିଆଲ ପୋଷ୍ଟରୁ ଟ୍ୱିଟ୍ କରାଯାଇଥିବା ଏହି ବ୍ୟଙ୍ଗଚିତ୍ରକୁ କଡା ବିରୋଧ ହେବା ପରେ ଏହାକୁ ଟ୍ୱିଟରରୁ ହଟାଇଦିଆଯାଇଛି ।
ଗୁଜୁରାଟ ବିଜେପି ମୁଖପାତ୍ର ୟାଗନେଶ ଡେଭ୍ ରବିବାର ଦିନ କହିଛନ୍ତି ଯେ ୨୦୦୮ ସିରିଏଲ ବିସ୍ଫୋରଣ ରାୟ ଉପରେ ପୋଷ୍ଟକୁ ଟ୍ୱିଟର ଦ୍ୱାରା ହଟାଇ ଦିଆଯାଇଛି, ଏହି ଟ୍ୱିଟ୍ ଅଦାଲତଙ୍କ ରାୟକୁ ପ୍ରଶଂସା କରି ହୋଇଥିଲା । ଗୁୁଜୁରାଟ ବିଜେପିର ଏହି କାର୍ଟୁନରେ ମୃତ୍ୟୁ ଦଣ୍ଡ ପାଇଥିବା ଅଭିଯୁକ୍ତମାନଙ୍କୁ ମୁସଲମାନ୍ ଟୋପି ପିନ୍ଧାଯାଇ ଫାଶିରେ ଝୁଲାଇ ଦିଆଯାଇଛି । ଚିତ୍ରର ପ୍ରଚ୍ଛଦପଟ୍ଟରେ ଅହମ୍ମଦାବାଦ ବିସ୍ଫୋରଣର ବିକଳ ଚିତ୍ରକୁ ଦେଖାଯାଇଛି । ଏହାର ଶୀର୍ଷ ଡାହାଣ କୋଣରେ "ସତ୍ୟମେବ ଜୟତେ" ଲେଖାଯାଇଥିଲା ।
୨୦୦୮ ସିରିଏଲ୍ ବୋମା ବିସ୍ଫୋରଣ ମାମଲାରେ ସ୍ୱତନ୍ତ୍ର ଅଦାଲତ ୩୮ ଜଣ ଦୋଷୀଙ୍କୁ ମୃତ୍ୟୁଦଣ୍ଡ ଦେବା ଏବଂ ଅନ୍ୟ ୧୧ ଜଣଙ୍କୁ ଆଜୀବନ କାରାଦଣ୍ଡ ଦେବାର ଗୋଟିଏ ଦିନ ପରେ ଶନିବାର ଦିନ ଗୁଜୁରାଟ ବିଜେପିର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଏହା ପୋଷ୍ଟ କରାଯାଇଥିଲା । ଏହି ଘଟଣାରେ ୫୬ ଜଣ ପ୍ରାଣ ହରାଇଥିଲେ ଏବଂ ୨୦୦ ରୁ ଅଧିକ ଆହତ ହୋଇଥିଲେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/02/17-28.jpg)