ମୁମ୍ବାଇରେ ପ୍ରବଳ ବର୍ଷା : ଅନେକ ଅଂଚଳ ଜଳବନ୍ଦୀ , ଟ୍ରେନ ସେବା ବ୍ୟାହତ

154

କନକ ବ୍ୟୁରୋ : ମୁମ୍ବାଇରେ ପ୍ରବଳ ବର୍ଷା । ଏହି ବର୍ଷା ହେତୁ ମୁମ୍ବାଇ ଏବଂ ଏହାର ଉପକଣ୍ଠରେ ଜଳସ୍ତର ସୃଷ୍ଟି ହେବା ସହ ସହରର ବିଭିନ୍ନ ସ୍ଥାନରେ ଯାତାୟାତ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି । ପ୍ରବଳ ବର୍ଷା ଯୋଗୁ ରେଲୱେ ଟ୍ରାକ ଏବଂ ରାସ୍ତାଘାଟ ମଧ୍ୟ ପାଣିରେ ବୁଡି ରହିଥିଲା । ତେବେ ବୁଧବାରଠାରୁ ମୁମ୍ବାଇ ଏବଂ ଏହାର ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଥିବା ବେଳେ ଏବେ ତାହା ଧୀରେ ଧୀରେ କମିବାରେ ଲାଗିଛି ।

ବର୍ଷା ଯୋଗୁ ଟ୍ରେନ୍ ଚଳାଚଳ ବିଳମ୍ବ ହେବା ସହିତ ମୁମ୍ବାଇର ବସ୍ ରୁଟରେ ଡାଇଭର୍ସନ ମଧ୍ୟ ହୋଇଛି । ସେଣ୍ଟ୍ରାଲ୍ ମେନ୍ ଲାଇନ୍ ଏବଂ ହାରବର୍ ଲାଇନ ଉପରେ ସ୍ଥାନୀୟ ଟ୍ରେନ୍ ସେବା ପ୍ରଭାବିତ ହୋଇଛି । ଦାଦର, ପାରେଲ, କୁର୍ଲା, ଚୁନାଭଟ୍ଟୀ, ୱାଡାଲା ଏବଂ ତିଲକ ନଗରରେ ରେଳ ଟ୍ରାକ୍ ଉପରେ ଜଳ ଜମିି ରହିଥିବା ସୂଚନା ରହିଛି ।