ମହଙ୍ଗା ହୋଇପାରେ କାର, ସ୍ମାର୍ଟଫୋନ ଏବଂ ମଦ ! ସରକାରଙ୍କ ବଡ ନିଷ୍ପତି, ଖୁବ ଶିଘ୍ର ହେବ ଲାଗୁ ।

39
ଏବେ ସରକାର କେତେକ ଜିନିଷର ଦରଦାମ ବଢାଇପାରନ୍ତି । ବିଦେଶରୁ ଭାରତକୁ ଆସୁଥିବା ମୂଲ୍ୟବାନ ଜିନିଷ ଯେପରିକି ସ୍ମାର୍ଟ ଫୋନ, ରିଫ୍ରେଜିରେଟର, କାର, ଫର୍ନିଚର, ଡ୍ରାଏଫ୍ରୁଟ୍ସ ଏବଂ ମଦ ଭଳି ଜିନିଷ ଏବେ ମହଙ୍ଗା ହୋଇପାରେ ।
ସୂଚନା ମୁତାବକ, ଲୋକଙ୍କ ନିତିଦିନ ଆବଶ୍ୟକ ହେଉନଥିବା ଜିନିଷ ଉପରେ ସରକାର  ଉତ୍ପାଦନ ଶୁଳ୍କ ବଢାଇ ପାରନ୍ତି । ପ୍ରକୃତ କଥା ହେଉଛି ଟଙ୍କା ଅପେକ୍ଷା ଡଲାରର ମୂଲ୍ୟ ପୁନର୍ବାର ବଢିଯାଇଥିବାରୁ ବିଦେଶରୁ ଆଶୁଥିବା ବିଭିନ୍ନ ପ୍ରକାର ମୂଲ୍ୟବାନ ଜିନିଷ ଉପରେ ଅଧିକ ଶୁଳ୍କ ଦେବାକୁ ପଡୁଛି । ଯାହା ଫଳରେ ଦେଶରେ ମୂଲ୍ୟବାନ ଜିନିଷ ଗୁଡିକର ମୂଲ୍ୟ ବଢାଇବା ପାଇଁ ସରକାର ନିଷ୍ପତି ନେବାକୁ ଯାଉଛନ୍ତି । ଏଥି ପାଇଁ କ୍ୟାବିନେଟ ସଚିବ ପିକେ ସ୍ନିହାଁଙ୍କ ନେତୃତ୍ୱରେ ଏକ ବିଶେଷଜ୍ଞ ସମିତିର ଗଠନ କରାଯାଇଛି । ଯାହା ଟେଲିଭିଜନ, ରିଫ୍ରେଜିରେଟର ଏବଂ ୱାସିଂମେସିନ ଉପରେ ଅଧିକ ଶୁଳ୍କ ବଢାଇ ପାଇଁ ଆଲୋଚନା କରୁଛନ୍ତି । ବିଦେଶରୁ ଆସୁଥିବା କାର, ମଦ, ରିଫ୍ରେଜିରେଟର ଭଳି ଜିନିଷ ଉପରେ ସରକାର ଶୁଳ୍କ ବୃଦ୍ଧି କରିବାକୁ ଯାଉଥିବା ବେଳେ ସରକାର ଏବେ ସୁନାକୁ ଏହି ସୂଚିରେ ଅନ୍ତର୍ଭୁକ୍ତ କରିନାହାଁନ୍ତି ।