ଏବେ ସରକାର କେତେକ ଜିନିଷର ଦରଦାମ ବଢାଇପାରନ୍ତି । ବିଦେଶରୁ ଭାରତକୁ ଆସୁଥିବା ମୂଲ୍ୟବାନ ଜିନିଷ ଯେପରିକି ସ୍ମାର୍ଟ ଫୋନ, ରିଫ୍ରେଜିରେଟର, କାର, ଫର୍ନିଚର, ଡ୍ରାଏଫ୍ରୁଟ୍ସ ଏବଂ ମଦ ଭଳି ଜିନିଷ ଏବେ ମହଙ୍ଗା ହୋଇପାରେ ।
ସୂଚନା ମୁତାବକ, ଲୋକଙ୍କ ନିତିଦିନ ଆବଶ୍ୟକ ହେଉନଥିବା ଜିନିଷ ଉପରେ ସରକାର ଉତ୍ପାଦନ ଶୁଳ୍କ ବଢାଇ ପାରନ୍ତି । ପ୍ରକୃତ କଥା ହେଉଛି ଟଙ୍କା ଅପେକ୍ଷା ଡଲାରର ମୂଲ୍ୟ ପୁନର୍ବାର ବଢିଯାଇଥିବାରୁ ବିଦେଶରୁ ଆଶୁଥିବା ବିଭିନ୍ନ ପ୍ରକାର ମୂଲ୍ୟବାନ ଜିନିଷ ଉପରେ ଅଧିକ ଶୁଳ୍କ ଦେବାକୁ ପଡୁଛି । ଯାହା ଫଳରେ ଦେଶରେ ମୂଲ୍ୟବାନ ଜିନିଷ ଗୁଡିକର ମୂଲ୍ୟ ବଢାଇବା ପାଇଁ ସରକାର ନିଷ୍ପତି ନେବାକୁ ଯାଉଛନ୍ତି । ଏଥି ପାଇଁ କ୍ୟାବିନେଟ ସଚିବ ପିକେ ସ୍ନିହାଁଙ୍କ ନେତୃତ୍ୱରେ ଏକ ବିଶେଷଜ୍ଞ ସମିତିର ଗଠନ କରାଯାଇଛି । ଯାହା ଟେଲିଭିଜନ, ରିଫ୍ରେଜିରେଟର ଏବଂ ୱାସିଂମେସିନ ଉପରେ ଅଧିକ ଶୁଳ୍କ ବଢାଇ ପାଇଁ ଆଲୋଚନା କରୁଛନ୍ତି । ବିଦେଶରୁ ଆସୁଥିବା କାର, ମଦ, ରିଫ୍ରେଜିରେଟର ଭଳି ଜିନିଷ ଉପରେ ସରକାର ଶୁଳ୍କ ବୃଦ୍ଧି କରିବାକୁ ଯାଉଥିବା ବେଳେ ସରକାର ଏବେ ସୁନାକୁ ଏହି ସୂଚିରେ ଅନ୍ତର୍ଭୁକ୍ତ କରିନାହାଁନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/09/imgapple-might-have-some-change-plans-its-iphone-this-year.jpg)