ଟ୍ରାଫିକ୍ ପୋଲିସ ଭୟରୁ ମିଳିବ ମୁକ୍ତି, ଏହି ଆପ୍ ମାଧ୍ୟମରେ କରନ୍ତୁ ଡ୍ରାଇଭିଂ ଲାଇସେନ୍ସର ସଫ୍ଟକପି ଡାଉନଲୋଡ

503

କନକ ବ୍ୟୁରୋ : ଗାଡ଼ି ଚଳାଇବାକୁ ହେଲେ ଆପଣଙ୍କୁ ଡିଏଲ ବା ଡ୍ରାଇଭିଂ ଲାଇସେନ୍ସର ଆବଶ୍ୟକତା ରହିଥାଏ । ଯଦି ଆପଣ ଦେଶର କୌଣସି ବି ସ୍ଥାନରେ ଗାଡ଼ି ଚଳାଉଛନ୍ତି ତେବେ ଆପଣଙ୍କର ଡ୍ରାଇଭିଂ ଲାଇସେନ୍ସ ଥିବା ଆବଶ୍ୟକ । ଡ୍ରାଇଭିଂ ଲାଇସେନ୍ସ ନଥିଲେ ଦେବାକୁ ପଡିବ ଫାଇନ୍ । ବିନା ଡ୍ରାଇଭିଂ ଲାଇସେନ୍ସରେ ଆପଣ ଯଦି ଗାଡ଼ି ଚଳାଉଥିବା ବେଳେ ଆପଣ ଧରାପଡୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ । ଏମିତି ଅନେକ ଥର ହୋଇଛି ଯେ ଆପଣ ଆପଣ ବାହାରକୁ ବାହାରିବା ସମୟରେ ନିଜ ଡିଏଲକୁ ପାଖରେ ରଖିବାକୁ ଭୁଲିଯାଇଥିବେ । ଏଭଳି ପରିସ୍ଥିତିରେ ଯଦି ରାସ୍ତାରେ ପୋଲିସ୍ କବଳରେ ଧରା ପଡୁଛନ୍ତି ତେବେ ଆପଣଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ । ତେବେ ସାବଧାନ ହୋଇଯାନ୍ତୁ ନିଶ୍ଚିତ । ଡିଜିଟାଲ୍ ଯୁଗରେ ଏବେ ଆବଶ୍ୟକୀୟ ଡକ୍ୟୁମେଣ୍ଟଗୁଡିକୁ ଆପଣ ଆପଣଙ୍କ ଫୋନରେ ସଂରକ୍ଷିତ କରି ରଖିପାରିବେ । ଗାଡି କାଗଜପତ୍ର ଠାରୁ ଆରମ୍ଭ କରି ଡିଏଲ୍ ଓ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଏବେ ଅନଲାଇନରେ ଗଚ୍ଛିତ କରି ରଖାଯାଇପାରିବ । ଏନେଇ ଏକ ସ୍ୱତନ୍ତ୍ର ଆପର ବିକାଶିତ କରାଯାଇଛି । ଯାହା ମାଧ୍ୟମରେ ଆପଣ ଗାଡି ସମ୍ବନ୍ଧୀୟ ସମସ୍ତ ଡକ୍ୟୁମେଣ୍ଟର ଡିଜିଟାଲ କପି ସ୍ମାର୍ଟଫୋନରେ ସୁରକ୍ଷିତ ଭାବେ ରଖିପାରିବେ ।

ଏବେ ଡିଜି ଲକର ମାଧ୍ୟମରେ ଆପଣ ନିଜ ସ୍ମାର୍ଟଫୋନରେ ଡ୍ରାଇଭିଂ ଲାଇସେନ୍ସର ସଫ୍ଟ କପି ଡାଉନଲୋଡ୍ କରିପାରିବେ । ଗୁଗଲ୍ ପ୍ଲେ ଷ୍ଟୋର କିମ୍ବା ଆପ୍ ଷ୍ଟୋରରୁ ଆପଣ ଏହି ଆପ୍ ଡାଉନଲୋଡ୍ କରିପାରିବେ । ଡ୍ରାଇଭିଂ ଲାଇସେନ୍ସ ଭଳି ଆପଣ ଇ-ଆଧାର, ପାନ କାର୍ଡ, ଏବଂ ସମସ୍ତ ସାର୍ଟିଫିକେଟ୍ ମଧ୍ୟ ଏହି ଆପ୍ ରେ ଡାଉନଲୋଡ୍ କରି ରଖିପାରିବେ । ଡିଜି ଲକର ଆପଣଙ୍କୁ ଡକ୍ୟୁମେଣ୍ଟ ସ୍କାନ କରିବାକୁ ଏବଂ ସେଗୁଡିକୁ ସୁରକ୍ଷିତ ରଖିବାକୁ ଅନୁମତି ଦେଇଥାଏ । ଯଦି ଆପଣ ସ୍ମାର୍ଟ ଫୋନର ବ୍ୟବହାର କରୁଛନ୍ତି ତେବେ ଆପଣଙ୍କୁ ଆଉ ପକେଟରେ ଡ୍ରାଇଭିଂ ଲାଇସେନ୍ସ ରଖିବାକୁ ପଡିବ ନାହିଁ । ଗୋଟିଏ ଆପ୍ରେ ଆପଣ ସମସ୍ତ ଡକ୍ୟୁମେଣ୍ଟ କୁ ନିଜ ସାଙ୍ଗରେ ରଖିପାରିବେ । ଡିଜି ଲକର ଆପ୍ ଏକ ସରକାରୀ ସ୍ୱୀକୃତି ପ୍ରାପ୍ତ ଆପ୍ । ଇଲେକ୍ଟ୍ରୋନିକ୍ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ପକ୍ଷରୁ ଏହି ଡିଜି ଲକର ଆପକୁ ସ୍ୱୀକୃତି ଦିଆଯାଇଛି । ଯଦି ଆପଣ କେବେ ସାଙ୍ଗରେ ଡିଏଲ୍ ନେବାକୁ ଭୁଲିଯାଉଛନ୍ତି ତେବେ ଆପଣ ଏହି ଆପ୍ ଜରିଆରେ ନିଜର ଡିଏଲ୍ କପି ଦେଖାଇପାରିବେ । ଏଣିକି ଡିଜିଲକର ରେ ଡିଏଲ ମଧ୍ୟ ଉପଲବ୍ଧ ହେବ । ପାଖରେ ଡିଏଲ୍ ନଥିଲେ ଆଉ ଗଣିିବାକୁ ପଡିବନି ଫାଇନ୍ ।

 

କେମିତି କରିବେ ଡିଜି ଲକର ଆପରେ ଡ୍ରାଇଭିଂ ଲାଇସେନ୍ସ ଡାଉନଲୋଡ୍?

  •  ପ୍ରଥମେ ଗୁଗୁଲ୍ ପ୍ଲେ ଷ୍ଟୋର କିମ୍ବା ଆପ୍ ଷ୍ଟୋରକୁ ଯାଇ ଡିଜି ଲକର ଆପ୍ ଡାଉନଲୋଡ୍ କରନ୍ତୁ ।
  •  ଡାଉନଲୋଡ୍ କରିବା ପରେ ଡିଜି ଲକରରେ ନିଜ ଆକାଉଣ୍ଟ ସାଇନ୍ ଇନ୍ କରନ୍ତୁ । ଯଦି ଆପଣ ପୂର୍ବରୁ ଏହି ଆପ୍ ବ୍ୟବହାର କରିଛନ୍ତି ତେବେ ଏଥିରେ ଲଗ୍ ଇନ୍ କରନ୍ତୁ ।
  • ଡିଜି ଲକର ଆପରେ ଥିବା ଡକ୍ୟୁମେଣ୍ଟ ବିକଳ୍ପରେ ପରିବହନ ପ୍ୟାନେଲ ଖୋଜନ୍ତୁ । ଏବଂ ସେଠାରେ ଥିବା ଡ୍ରାଇଭିଂ ଲାଇସେନ୍ସର ବିକଳ୍ପ ଉପରେ କ୍ଲିକ୍ କରନ୍ତୁ ।
  •  ଏହାପରେ ଆପଣ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଉପରେ ଚୟନ କରନ୍ତୁ ।
  • ଏଥିରେ ଆପଣ ନିଜର ଡ୍ରାଇଭିଂ ଲାଇସେନ୍ସ ନମ୍ବର ପ୍ରବେଶ କରନ୍ତୁ ।
  •  ଏହାପରେ ଗେଟ୍ ଡକ୍ୟୁମେଣ୍ଟ ଉପରେ କ୍ଲିକ୍ କରନ୍ତୁ ।
  •  ବର୍ତ୍ତମାନ ଆପଣଙ୍କ ଡିଜି ଲକର ଆପରେ ଡ୍ରାଇଭିଂ ଲାଇସେନ୍ସ ଡାଉନଲୋଡ୍ ହୋଇଯିବ ଏବଂ ଏହା ସମ୍ପୂର୍ଣ୍ଣ ସୁରକ୍ଷିତ ଅଟେ ।
  • ଏହି ଡକ୍ୟୁମେଣ୍ଟ କୁ ଆପଣ ଗାଡି ଚଳାଇବା ସମୟରେ ବ୍ୟବହାର କରିପାରିବେ ଏବଂ ଫାଇନ୍ ଦେବାରୁ ମୁକ୍ତି ପାଇପାରିବେ ।