ଜେଲକୁ ଘାରିଛି କରୋନା ଭୟ : କରୋନା ପାଇଁ ଜେଲରୁ ୧୬ ହଜାର ୭୮୯ କଏଦୀ ମୁକୁଳିବା ନେଇ ଜେଲ ବିଭାଗ ପକ୍ଷରୁ ପ୍ରେସ ରିଲିଜ ଜାରି; ୧୨ ଶହ ୨ ଜଣ କଏଦୀଙ୍କୁ ଅନ୍ୟ ଜେଲକୁ କରାଗଲା ସ୍ଥାନାନ୍ତର

457

କନକ ବ୍ୟୁରୋ : ଜେଲକୁ ଘାରିଛି କରୋନା ଭୟ ।  କରୋନା ପାଇଁ ଜେଲରୁ ମୁକୁଳିଲେ ୧୬ ହଜାର ୭୮୯ କଏଦୀ । ଯେଉଁଥିରେ ବିଚାରାଧୀନ କଏଦୀ ଅଛନ୍ତି ୧୬ ହଜାର  ୬୩୯ ଜଣ । ଏବଂ ଦୋଷୀ ସାବ୍ୟସ୍ତ ହୋଇଥିବା କଏଦୀ ଅଛନ୍ତି ୧୫୦ ଜଣ । ୩୦ଟି ଜିଲ୍ଲାରେ ୮୭ଟି ଜେଲରୁ ଏହି କଏଦୀଙ୍କୁ ମୁକ୍ତ କରାଯାଇଛି । ମାର୍ଚ୍ଚ ୨୦ରୁ ଜୁଲାଇ ୨୮ ତାରିଖ ପର୍ଯ୍ୟନ୍ତ  ୧୬ ହଜାର ୭୮୯ କଏଦୀଙ୍କୁ ମୁକ୍ତ କରାଯାଇଥିବା ନେଇ ଜେଲ ବିଭାଗ ପକ୍ଷରୁଏକ ପ୍ରେସ ନୋଟ ଜାରି କରାଯାଇଛି । ଏଥିରେ କୁହାଯାଇଛି , ସର୍ବୋଚ୍ଚ ନ୍ୟାୟଳୟର ନିର୍ଦ୍ଦେଶ କ୍ରମେ ଏକ ଉଚ୍ଚ କ୍ଷମତା ସଂପନ୍ନ କମିଟି ଏହି ନିଷ୍ପତି ନେଇଛି  ।

ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, ଗଠନ ହୋଇଥିବା ଏହି କମିଟିରେ ଜିଲ୍ଲା ଜଜ, ଜିଲ୍ଲା ମାଜିଷ୍ଟ୍ରେଟ, ପୁଲିସ ଆରକ୍ଷୀ ଅଧିକ୍ଷକ ଓ ଜେଲ ଅଧିକ୍ଷକ ଥିଲେ । ଜେଲରେ ଭିଡ କମ କରିବା ପାଇଁ ଏହି ନିଷ୍ପତି ନିଆଯାଇ କଏଦୀଙ୍କୁ ମୁକ୍ତ କରାଯାଇଛି । ବ୍ରହ୍ମପୁରରୁ ଜେଲରୁ ୫ ହଜାର ୨୩୧, ସମ୍ବଲପୁରରୁ ୩ ହଜାର ୭୧୬,କଟକରୁ ୩ ହଜାର ୪୬୫, ବାରିପଦାରୁ ୨ ହଜାର ୭୩୩, କୋରାପୁଟ ୧୬ ଶହ ୪୪ଙ୍କୁ ମିଶାଇ ମୋଟ ୧୬ ହଜାର ୭୮୯ ଜଣ କଏଦୀଙ୍କୁ ମୁକ୍ତି କରାଯାଇଛି ।