କନକ ବ୍ୟୁରୋ : କରୋନା କଟକଣା ସମୟ ବଦଳାଇଦେଲା ପୁରା ଗାଁର ଚିତ୍ର । ପକ୍କା ରାସ୍ତା ସହ ଆଲୋକୀକରଣ, କ୍ଲବଠୁ ଆରମ୍ଭ କରି ମନ୍ଦିର, ଏହା ବ୍ୟତୀତ ସରକାରୀ ଯୋଜନା ପହଚିଂନଥିବା ଅସହାୟ ମହିଳାଙ୍କ ପାଇଁ ବାସଗୃହ । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଗାଁର ଉନ୍ନତି କରିଥିବା ଗୋଲଖ ପରିଡାଙ୍କ ପ୍ରଶଂସା ଏବେ ଗାଁ ଲୋକଙ୍କ ମୁହଁରେ । ସାଲେପୁର ବ୍ଲକ ତେନ୍ତଳ ପଂଚାୟତ ଜଳହରି ଗାଁର ଭାସ୍କର ପରିଡାଙ୍କ ସାନପୁଅ ଗୋଲେଖ ପରିଡା ।/kanak/media/post_attachments/wp-content/uploads/2020/08/vlcsnap-2020-08-18-09h35m10s67-300x165.png)
ପାଠପଢା ସାରି କଲିକତାରେ ଏମବିଏ କୋର୍ସ ପରେ ଚେନ୍ନାଇରେ ଚାଟାର୍ଡ ଆକାଉଂଟ ପାଠପଢିଥିଲେ । ତାଙ୍କର ୧୪ଟି ରାଜ୍ୟରେ ସୁନା କାରିଗରି ବ୍ୟବସାୟ ଚାଲିଥିବା ବେଳେ ଲକଡାଉନ ସମୟରେ ସେ ଘରକୁ ଫେରିଥିଲେ । କିନ୍ତୁ କରୋନା କଟକଣା ପାଇଁ ସେ ଆଉ ଯାଇପାରିନଥିଲେ । ଆଉ ଏହି ସମୟରେ ପିଲାଦିନର ସ୍ୱପ୍ନର ସାକାର ପାଇଁ ଅଂଟାଭିଡିଥିଲେ । /kanak/media/post_attachments/wp-content/uploads/2020/08/vlcsnap-2020-08-18-09h35m31s23-300x165.png)
ଗାଁରେ କ୍ଲବ ଘର, ଜିମ ସେଂଟର, ପାର୍କ, ପକ୍କା ରାସ୍ତା ସହ ଅସହାୟ ମହିଳାଙ୍କୁ ବାସଗୃହ ଯୋଗାଇ ସମସ୍ତଙ୍କ ପାଇଁ ଉଦାହରଣ ସାଜିଛନ୍ତି ଗୋଲେଖ ।କରୋନା କଟକଣା ସମୟରେ ସମସ୍ୟାରେ ଥିବା ଲୋକଙ୍କୁ ମାସ ମାସ ଧରି ରନ୍ଧା ଖାଦ୍ୟ ମଧ୍ୟ ଯୋଗାଇଦେଇଥିଲେ । ଏହା ସହ ଅନେକ ଲୋକଙ୍କୁ ଆର୍ଥିକ ସହାୟତା କରି ସମସ୍ତଙ୍କ ପ୍ରିୟର ପାତ୍ର ପାଲଟିଛନ୍ତି ।/kanak/media/post_attachments/wp-content/uploads/2020/08/vlcsnap-2020-08-18-09h34m57s192-300x165.png)
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/08/9-19.jpg)