ପାକିସ୍ତାନର କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ ଅନୱାରୁଲ ହକ କାକର କହିଛନ୍ତି ଯେ ଭାରତ ଏକ ବୃହତ ଗଣତନ୍ତ୍ରରୁ ସର୍ବଶ୍ରେଷ୍ଠ ଗଣତନ୍ତ୍ର ହେବାପାଇଁ  ଯାଉଛି । ପାକିସ୍ତାନର ନ୍ୟୁଜ୍ ଚ୍ୟାନେଲ ଜିଓ ଟିଭିକୁ ଦିଆଯାଇଥିବା ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ସେ ଭାରତ ସହ ସମ୍ପର୍କକୁ ସୁଦୃଢ କରିବାକୁ ଚାହୁଁଛନ୍ତି, କିନ୍ତୁ ଏଥିପାଇଁ କାଶ୍ମୀର ପ୍ରସଙ୍ଗକୁ ଶାନ୍ତିପୂର୍ଣ୍ଣ ଭାବରେ ସମାଧାନ କରିବା ଆବଶ୍ୟକ।

Advertisment

ଭାରତ ସହ ବାଣିଜ୍ୟ ପ୍ରସଙ୍ଗରେ ସେ କହିଛନ୍ତି ଯେ କାଶ୍ମୀର ସମସ୍ୟାର ସମାଧାନ ନହୋଇ  ଭାରତ ସହ ବାଣିଜ୍ୟ କରିବା ସମ୍ଭବ ନୁହେଁ। ସେ ଆହୁରି କହିଛନ୍ତି ଯେ ଆମେ ଯୁଦ୍ଧ ଚାହୁଁନାହୁଁ ।  ଆମେ ଏହି ସମସ୍ୟାର ଶାନ୍ତିପୂର୍ଣ୍ଣ ଭାବେ ସମାଧାନ କରିବାକୁ ଚାହୁଁଛୁ, କିନ୍ତୁ ଯଦି ଶାନ୍ତି ପ୍ରତିଷ୍ଠା ନହୁଏ ତେବେ ଏହା ଭାରତ, ପାକିସ୍ତାନ ଏବଂ ବିଶ୍ୱ ପାଇଁ ଚିନ୍ତାର କାରଣ ହେବ ।

ଧାରା  370 ଉଚ୍ଛେଦ ପରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ କାରବାର ବନ୍ଦ ରହିଛି ୫ ଅଗଷ୍ଟ ୨୦୧୯ ରେ ଜାମ୍ମୁ କାଶ୍ମୀରରୁ ଧାରା 370 ହଟାଯିବା ପରେ ଭାରତ ଏବଂ ପାକିସ୍ଥାନ ମଧ୍ୟରେ ବାଣିଜ୍ୟ ବନ୍ଦ ରହିଛି । ତତ୍କାଳୀନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ବନ୍ଦ କରିଦେଇଥିଲେ ଏହା କହି ଯେ, ଯେ ପର୍ଯ୍ୟନ୍ତ ଧାରା 370 ର ପୁନରୁଦ୍ଧାର ନହୋଇଛି ସେ ପର୍ଯ୍ୟନ୍ତ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ କାରବାର ହେବ ନାହିଁ ।