କନକ ବ୍ୟୁରୋ: ବିଗତ ଦଶନ୍ଧି ଧରି ଯୁକ୍ତ ୨ ବିଜ୍ଞାନ ଶିକ୍ଷା କ୍ଷେତ୍ରରେ ଏକ ଯୁଗାନ୍ତକାରୀପରିବର୍ତ୍ତନ ଆଣିଥିବା କଟକ ଜିଲ୍ଲାର ଏକ ଅଗ୍ରଣୀ ଶିକ୍ଷନୁଷ୍ଠାନ ହେଉଛି କ୍ୟାରିୟର ଫୋକସ । ସବୁ ବର୍ଗର ଛାତ୍ରଛାତ୍ରୀମାନଙ୍କୁ ଉନ୍ନତ ପ୍ରାୟୋଗିକ ଭିତ୍ତିରେ ଶିକ୍ଷାଦାନ କରି ଏହି ଅନୁଷ୍ଠାନ ସୃଷ୍ଟି କରିଛି ଏକ ସ୍ୱର୍ଣ୍ଣିମ ଇତିହାସ । ଯେଉଁ ନିରନ୍ତର ସାଧନାରୁ ଗତ ଦଶବର୍ଷ ମଧ୍ୟରେ ଆତ୍ମପ୍ରକାଶ କରିଛନ୍ତି ଅନେକ ଡାକ୍ତର, ଇଞ୍ଜିନିୟର, ବୈଜ୍ଞାନିକ ଓ ଶିକ୍ଷାବିତ । କ୍ୟାରିୟର ଫୋକସର କର୍ତ୍ତବ୍ୟନିଷ୍ଠ ଅଧ୍ୟକ୍ଷ, ବରିଷ୍ଠ ଓ ଅଭିଜ୍ଞ ଅଧ୍ୟାପକ, ଅଧ୍ୟାପିକାମାନଙ୍କ ଦିନରାତି ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ୨୦୧୭ ମସିହାରୁ ୨୦୨୪ ପର୍ଯ୍ୟନ୍ତ ଉଦୟନାଥ କଲେଜର ଯୁକ୍ତ ୨ ବିଜ୍ଞାନରେ ସମସ୍ତ ଟପର ଆଣିବାରେ ସହାୟକ ହୋଇଛି, ଯାହାକି ପ୍ରତିଟି ଛାତ୍ରଛାତ୍ରୀଙ୍କ ସ୍ୱପ୍ନକୁ ବାସ୍ତବରେ ପରିଣତ କରିପାରିଛି । ଦୁର୍ବଳ ମାନଦଣ୍ଡ ସମ୍ପୂର୍ଣ୍ଣ ଛାତ୍ରଛାତ୍ରୀଙ୍କ ପାଠପଢା ସମ୍ବନ୍ଧୀୟ ସନ୍ଦେହକୁ ଦୂରିଭୂତ କରି ସେମାନଙ୍କୁ ସାବଲୀଳ ଶିକ୍ଷା ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି । ସେଥିପାଇଁ କ୍ୟାରିୟର ଫୋକସ ଏ ଅଞ୍ଚଳର ତଥା ଓଡିଶାର ବିଭିନ୍ନ ପ୍ରାନ୍ତରୁ ଅଭିଭାବକମାନଙ୍କର ପ୍ରଥମ ପସନ୍ଦ ଓ ଶ୍ରଦ୍ଧାଭାଜନ ହୋଇପାରିଛି । ଏହି କିଶୋର ଶିକ୍ଷାନୁଷ୍ଠାନର ସଫଳ ଯାତ୍ରାରେ ଅନେକ ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ର, ଶିକ୍ଷାବିତ ଓ ଶୁଭେଚ୍ଛୁମାନଙ୍କ ଶ୍ରଦ୍ଧା, ଶୁଭେଚ୍ଛା ଏବଂ ଆଶୀର୍ବାଦ ଯୋଡିହୋଇ ରହିଛି । ବିଗତ ଦିନମାନଙ୍କରେ କୋଚିଂ ସେଣ୍ଟର ପରିଚୟରେ ପରିଚିତ ଲାଭ କରିଥିବା ଏହି ଅନୁଷ୍ଠାନ ଆପଣଙ୍କର ସହଯୋଗକୁ ସମ୍ବଳ କରି ଏବେ କ୍ୟାରିୟର ଫୋକସ ଯୁକ୍ତ ୨ ମହାବିଦ୍ୟାଳୟରେ ପରିଣତ ହୋଇପାରିଛି । ସ୍ୱପ୍ନ ଦେଖିବା ସହଜ ହେଲେ ସ୍ୱପ୍ନ ସବୁକୁ ସାକାର କରିବା କଷ୍ଟ ସାଧ୍ୟ । କ୍ୟାରିୟର ଫୋକସ କୋମଳମତି ଛାତ୍ରଛାତ୍ରୀମାନଙ୍କର ସ୍ୱପ୍ନ ସବୁକୁ ବାସ୍ତବ ରୂପାୟନ କରି ସର୍ବଭାରତୀୟ ଶିକ୍ଷାବ୍ୟବସ୍ଥାରେ ସାମିଲ କରିବା ପାଇଁ ପ୍ରତିଶୃତି ବଦ୍ଧ ।

Advertisment

publive-image