ନଖର ସୌନ୍ଦର୍ଯ୍ୟ ପାଇଁ ଚିନ୍ତିତ କି ? ଏହି ଟିପ୍ସ ଉପରେ ଧ୍ୟାନ ଦିଅନ୍ତୁ

121

ସାଧାରଣତଃ ପୁରୁଷଙ୍କ ଅପେକ୍ଷା ମହିଳାମାନେ ନିଜ ସ୍ୱାସ୍ଥ୍ୟର ସୌନ୍ଦର୍ଯ୍ୟକୁ ନେଇ ଅଧିକ ସଚେତନ ଥାଆନ୍ତି । ନିଜ କେଶ ହେଉ ଅବା ମୁହଁ ସବୁଥିରେ ତାଙ୍କର ଥାଏ ନଜର । ଆଉ ନଖ ପାଇଁ , ମହିଳାମାନେ କେତେ କଣ କରିଥାନ୍ତି । ସେମାନଙ୍କ ନଖ କେମିତି ସୁନ୍ଦର ଦେଖାଯିବ, ନଖକୁ ନେଇ କିପରି ସାଙ୍ଗ ହେଉ ଅବା ଅନ୍ୟମାନଙ୍କ ପାଖରୁ କଂପ୍ଲିମେଂଟ ପାଇବେ ତାକୁୁ ନେଇ ସବୁବେଳେ ବ୍ୟସ୍ତ ଥାଆନ୍ତି ମହିଳା । ବିଭିନ୍ନ ବ୍ରାଣ୍ଡର ନେଲପଲିସ୍ ହେଉ ଅବା ମଲ୍ଟିକଲର ନେଲପଲିସ୍ ଲଗାଇ ଥାଆନ୍ତି । ପୁରୁଷଙ୍କ ଅପେକ୍ଷା ନାରୀମାନେ ନଖକୁ ସୁନ୍ଦର କରିବାରେ ଅଧିକ ଧ୍ୟାନ ଦିଅନ୍ତି। ହାତ ସୁନ୍ଦର ଦେଖା ଯିବାରେ ନଖ ଭୂମିକା ଗୁରୁତ୍ଵପୂର୍ଣ୍ଣ। ଆଉ ନିଜ ବ୍ୟକ୍ତିତ୍ୱର ପରିପ୍ରକାଶ ପାଇଁ ନଖ ହିଁ ବଳିଷ୍ଠ ମାଧ୍ୟମ । ଯଦି ଆପଣ ନିଜ ନଖକୁ ନେଇ ଆପଣ ଚିନ୍ତିତ ଓ ଆକର୍ଷଣ କରିବା ପାଇଁ ଚାହୁଁଛନ୍ତି ତେବେ ଏହି ଟିପ୍ସ ଉପରେ ଧ୍ୟାନ ଦିଅନ୍ତୁ ।

-ରାତିରେ ବେଡକୁ ଯିବା ପୂର୍ବରୁ ସାବୁନ ବା ବଡିୱାସ୍ ଅଳ୍ପ ନେଇ ଏକ ବ୍ରସ୍ ସାହାଯ୍ୟରେ ନଖକୁ ସଫା କରନ୍ତୁ। ଫଳରେ ନଖରେ ଚମକ ଆସିବା ସହ ଆକର୍ଷଣିୟ ଦେଖାଯାଇଥାଏ ।

-କେଶକୁ ଟ୍ରିମିଂ କରିବା ଭଳି ନଖକୁ ବାରମ୍ବାର ନକାଟି ଟ୍ରିମିଂ କରନ୍ତୁ। ଆପଣ ରଖିଥିବା ବଡ ନଖ ଆପଣଙ୍କ ବ୍ୟକ୍ତିତ୍ଵ ଉପରେ ପ୍ରଭାବ ପକାଇଥାଏ। ଏଚ୍ଚୁ ପ୍ରତି ସପ୍ତାହକୁ ଥରେ ଲେଖାଏଁ ନଖକୁ ଟ୍ରିମିଂ କରିବାକୁ ଚେଷ୍ଟା କରନ୍ତୁ।

-ରାତିରେ ଶୋଇବା ପୂର୍ବରୁ ନଖରେ ଲିପ୍ ବାମ୍ ବା ନଡିଆ ତେଲ ମାଲିସ କରନ୍ତୁ। ଏହା ଦ୍ୱାର ନଖ ଆକର୍ଷଣୀୟ ହୋଇଥାଏ।

-ସପ୍ତାହରେ ଥରେ ନଖରେ ଲେମ୍ବୁ ଚୋପା ଘସନ୍ତୁ। ଫଳରେ ନଖ ଭଲ ବଢିବା ସହ ଶକ୍ତ ହୋଇଥାଏ ।

– ଯଦି ଆପଣଙ୍କ ନଖ ଫାଟୁଥାଏ, ତେବେ ସେଥିପାଇଁ ସ୍ୱତନ୍ତ୍ର ଚିକିତ୍ସା କରନ୍ତୁ । ନଖ ଫାଟି ଯାଇଥିଲେ ବା ଚମାଡା ଠାରୁ ଅଲଗା ହୋଇଥିଲେ, ଉଷୁମ ସୋରିଷ ତେଲ ନଖରେ ମାଲିସ କରନ୍ତୁ।