ସୋଶିଆଲ ମିଡିଆ ଘାତକ ନୁହେଁ ବରଂ ଉପକାରୀ ସାବ୍ୟସ୍ତ ହୋଇଛି : ଜମ୍ମୁ-କାଶ୍ମୀରରେ ୨୭ ବର୍ଷୀୟ ରୋଗୀଙ୍କ ଜୀବନ ବଂଚାଇଛି ହ୍ୱାଟସଆପ୍

37

ଯେଉଁ ସୋଶିଆଲ ମିଡିଆର ଭୂମିକା ଉପରେ ଆଜି ପ୍ରଶ୍ନ ଉଠୁଛି, ତାହା ଆମ ପାଇଁ ବହୁତ ଦରକାରୀ ସାବ୍ୟସ୍ତ ହୋଇପାରେ । ଜମ୍ମୁ-କାଶ୍ମୀରର ବନିହାଲରେ ହ୍ୱାଟସଆପ୍ ର ସହାୟତାରେ ଜଣେ ଡାକ୍ତର ରୋଗୀର ଜୀବନ ବଂଚାଇଲେ । ସେହି ରୋଗୀଙ୍କୁ ହାର୍ଟ ଆଟାକ୍ ଆସିଥିଲା । ଏମିତିରେ ସେହି ଡାକ୍ତର ତାଙ୍କର ଇସିଜି କରି ତୁରନ୍ତ ତାହାକୁ ହ୍ୱାଟସଆପରେ ନିଜ ସିନିୟର୍ସଙ୍କ ସହ ସେୟାର କଲେ, ସେମାନେ ସେହି ଡାକ୍ତରଙ୍କୁ ଚିକିତ୍ସା ପଦ୍ଧତି ଉପରେ ଗାଇଡ୍ କଲେ ଏବଂ ରୋଗୀଙ୍କ ଜୀବନ ବଂଚିଗଲା ।

ସୂଚନାଯୋଗ୍ୟ, ଜମ୍ମୁ-କାଶ୍ମୀରର ବନିହାଲରେ ୨୭ ବର୍ଷୀୟ ବିଲାଲ ଅହମଦଙ୍କୁ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ରାମବାନ ର ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଗଲା । ଡାକ୍ତର ତାଙ୍କ ଇସିଜି କରିବାରୁ ଜଣାପଡିଲା ଯେ ତାଙ୍କୁ ହାର୍ଟ ଆଟାକ୍ ଆସିଛି । ତା’ପରେ ଡାକ୍ତର ଅକିବ ନଜମ୍ ବିଳମ୍ବ ନକରି ତାଙ୍କ ସିନିୟର ଡାକ୍ତରଙ୍କ ସହ ସେୟାର କଲେ । ଏହି ମାମଲାରେ ସେହି ଡାକ୍ତରମାନେ ଗାଇଡ୍ କଲେ ଏବଂ ଥ୍ରୋମ୍ବୋଲିସିସର ବ୍ୟବହାର କରିବା ପାଇଁ କହିଲେ । ଥ୍ରୋମ୍ବୋଲିସିସ୍ ରକ୍ତ ବାହିକାରେ ରକ୍ତ ଜମାଟ ବାନ୍ଧିବାକୁ ଦିଏ ନାହିଁ । ଡାକ୍ତର ଅକିବ ନଜମ୍ ସେହି ପଦ୍ଧତିରେ ରୋଗୀର ଜୀବନ ବଂଚାଇଲେ ।

ଡାକ୍ତରଙ୍କ କହିବାନୁସାରେ, ଏହି ପ୍ରକାରର ମାମଲାରେ ପ୍ରଥମ ଏକ ଘଣ୍ଟା ବହୁତ ମହତ୍ୱପୂର୍ଣ୍ଣ ଥାଏ । ଏହା ଏକ ନିର୍ଦ୍ଦିଷ୍ଟ ସମୟ ଥାଏ, ଯେଉଁ ସମୟରେ ଉପଯୁକ୍ତ ଚିକିତ୍ସା ନକଲେ ରୋଗୀର ଜୀବନ ବଂଚାଇବା ମୁସ୍କିଲ ହୋଇଯାଏ । ଜମ୍ମୁ-କାଶ୍ମୀରରେ ହୃଦୟ ରୋଗର ଚିକିତ୍ସା ପାଇଁ କେବଳ ଦୁଇଟି ହସପିଟାଲ ଅଛି । ଏମିତିରେ ଦୂର ଦୂରାନ୍ତର ହସପିଟାଲକୁ ହ୍ୱାଟସଆପର ଏକ ଗ୍ରୁପରେ ଯୋଡା ଯାଇଛି । ଯାହା ସାହାଯ୍ୟରେ ଡାକ୍ତରଙ୍କ ପରାମର୍ଶ ନେଇ ରୋଗୀଙ୍କୁ ଭଲ ଚିକିତ୍ସା ଯୋଗାଇ ଦିଆଯାଇପାରିବ ।