ଗ୍ରେଟର ନୋଏଡାସ୍ଥିତ ଏକ୍ସସିସ୍ ବ୍ୟାଙ୍କର ଏକ ଏଟିଏମରେ କ୍ଲୋନ୍ ଡିଭାଇସ୍ ମିଳିବା ମାମଲା ସାମ୍ନାକୁ ଆସିଛି। ସୂଚନାଯୋଗ୍ୟ, ଗ୍ରେଟର ନୋଏଡା କାସନା କୋତବାଲି ନିକଟସ୍ଥ ଏସର ମାର୍କେଟରେ ଏକ୍ସସିସ୍ ବ୍ୟାଙ୍କର ଏଟିଏମ୍ ବୁଥ ରହିଛି। ଇଞ୍ଜିନିୟର ଅବଧେସ ପାଣ୍ଡେ ନିଜର ଏଟିଏମ୍ କାର୍ଡରୁ ଏହି ବୁଥରେ ଲାଗିଥିବା ଏଟିଏମ୍ ମେସିନରୁ ଟଙ୍କା ବାହାର କରିବାକୁ ପହଞ୍ଚିଥିଲେ। ଯେମିତି ହିଁ ସେ ଏଟିଏମ୍ କାର୍ଡ ନିଜ ଏଟିଏମ୍ ମେସିନରେ ପୂରାଇଛନ୍ତି। ତାହା ମେସିନ୍ ଭିତରେ ଫସି ଯାଇଥିଲା। ଏହାପରେ ତାଙ୍କୁ ସନ୍ଦେହ ହୋଇଥିଲା। ଏଟିଏମ୍ ନିକଟରେ ଡିଭାଇସ୍ ଲାଗିବା ଦେଖିବା ପରେ ସେ ଏହାକୁ ତାଡି ଦେଇଥିଲେ। ପୀଡିତ ଏହି ମାମଲା ନେଇ କାସନା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ମିଳିବା ପରେ ପୁଲିସ ଯାଞ୍ଚ ଆରମ୍ଭ କରି ଦେଇଛି। ସିସିଟିଭ୍ ଚେକ୍ କରି ଏହି ଡିଭାଇସ୍ ଲଗାଇଥିବା ବ୍ୟକ୍ତିଙ୍କ ପରିଚୟ ଜାଣିବା ପାଇଁ ପୁଲିସ ତଦନ୍ତ ଚଳାଇଛି।
ଏଟିଏମ୍ ମେସିନର ଅସଲ ଡିଭାଇସ୍ ଭିତରେ ହିଁ ଲାଗିଥାଏ। ଏହି କ୍ଲୋନ୍ ଡିଭାଇସ ଏଟିଏମ୍ କାର୍ଡର ଡିଟେଲ କ୍ଲୋନ୍ କାର୍ଡରେ ଲାଗିଥିବା ଡିଭାଇସ୍କୁ ସେଭ୍ କରି ଦେଇଥାଏ। ଫଳରେ ସହଜରେ ଅନ୍ୟ କ୍ଲୋନ୍ ଏଟିଏମ୍ କାର୍ଡ ବନାଇ ଟଙ୍କା ବାହାର କରାଯାଇଥାଏ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/02/card-skimmer.jpg)
/kanak/media/post_attachments/wp-content/uploads/2019/02/atmfraud1-1549262027-750x430-300x172.jpg)