କନକ ବ୍ୟୁରୋ : ଯୋବ୍ରା ଆନିକଟ ନିକଟରୁ ଉଦ୍ଧାର ହେଲା ମୃତ ଦନ୍ତାହାତୀ । ଘଟଣାସ୍ଥଳରେ କଟକ ସିଟି ଡିଭିଜନ ବନଖଣ୍ଡର କର୍ମଚାରୀମାନେ ଉପସ୍ଥିତ ରହିଛନ୍ତି । ହାତୀ ପାଣିରେ ବୁଡ଼ି ରହିଥିବା ବେଳେ କେବଳ ହାତୀ ଗୋଡ଼ ଦେଖାଯାଉଛି । ତେବେ ବର୍ଷା ଯୋଗୁଁ ହାତୀର ଉଦ୍ଧାର କାର୍ଯ୍ୟ ହୋଇପାରୁନି ବୋଲି ସୂଚନା ଦେଇଛନ୍ତି କଟକ ବନଖଣ୍ଡ ରେଞ୍ଜର ।

Advertisment

ସୂଚନାଯୋଗ୍ୟ, ଗତ ଶୁକ୍ରବାର ମୁଣ୍ଡଳୀ ବ୍ୟାରେଜ ଠାରେ ଦନ୍ତା ହାତୀ ନଦୀ ପାର ହୋଇଥିବାବେଳେ ନଦୀର ପ୍ରଖର ସ୍ରୋତରେ ହାତୀଟି ନଦୀ ପାର ହୋଇ ନ ପାରି ବ୍ୟାରେଜ ପାଖରେ ଫସି ରହିଥିଲା । ଉଦ୍ଧାର ପାଇଁ ବନ ବିଭାଗ ଓ ଓଡ୍ରାଫ ଟିମ ନିୟୋଜିତ ଥିବାବେଳେ ୫ ଜଣିଆ ଓଡ୍ରାଫ ଦଳ ସମେତ ଦୁଇ ଗଣମାଧ୍ୟମ ପ୍ରତିନିଧି ମଧ୍ୟ ଉଦ୍ଧାର ପାଇଁ ଯାଇଥିଲେ । ନଦୀ ସ୍ରୋତରେ ହଠାତ ଓଡ୍ରାଫ ଟିମର ରବର ବୋଟଟି ପାଣିରେ ଓଲଟି ଯିବା ଫଳରେ ଜଣେ ଗଣମାଧ୍ୟମ ପ୍ରତିନିଧି ଓ ଓଡ୍ରାଫ କର୍ମଚାରୀଙ୍କ ମୃତ୍ୟୁ ଘଟିଥିଲା । ତେବେ ହାତୀଟିର ଉଦ୍ଧାର କାର୍ଯ୍ୟ ବିଫଳ ହୋଇଥିବାବେଳେ ଆଜି ଯୋବ୍ରା ଆନିକୋଟ ଠାରେ ହାତୀର ମୃତଦେହ ଠାବ କରାଯାଇଛି ।