କନକ ବ୍ୟୁରୋ : ଆଜି ଠାରୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଆଜି ସଂଧ୍ୟା ୬ଟାରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରେ ପହଂଚିବେ ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କ ଏହି ଗସ୍ତ ଆଗରୁ ଆଜି କାରକେଡ୍ ରିହର୍ସଲ କରାଯାଇଛି । ବିମାନବନ୍ଦରରୁ ରାଜଭବନ ଯାଏଁ କାରକେଡ୍ ରିହର୍ସଲ୍ କରିଛି କମିଶନରେଟ୍ ପୋଲିସ ।

Advertisment

ଏହି ଗସ୍ତ ଅବସରରେ ରାଉରକେଲାର ଏନଆଇଟି ସମାବର୍ତନ ଉତ୍ସବରେ ସମ୍ମାନୀତ ଅତିଥି ଭାବେ ରାଷ୍ଟ୍ରପତି ଯୋଗଦେବାର କାର୍ୟ୍ୟକ୍ରମ ରହିଛି । ସେହିପରି ଆସନ୍ତାକାଲି ପୁରୀ ଜଗନ୍ନାଥ ମନ୍ଦିର, କୋଣାର୍କ ସୂର୍ଯ୍ୟ ମନ୍ଦିର ଯିବାର କାର୍ୟ୍ୟକ୍ରମ ରହିଛି । ଓଡିଶା ଗସ୍ତ କାଳରେ ରାଷ୍ଟ୍ରପତି ରାଜଭବନରେ ରହିବାର କାର୍ୟ୍ୟକ୍ରମ ମଧ୍ୟ ରହିଛି । ଆସନ୍ତା ୨୨ ତାରିଖରେ ରାଷ୍ଟ୍ରପତି ଦିଲ୍ଲୀ ପ୍ରତ୍ୟାବର୍ତନ କରିବେ ।