କନକ ବ୍ୟୁରୋ : ପୁରୁଣା ଭୁବନେଶ୍ୱର ଅଞ୍ଚଳରେ କାର କାଚ ଭାଙ୍ଗି ଲୁଟ । କାର ରଖି ମାର୍କେଟିଂ ପାଇଁ ଯାଇଥିଲେ ବରିଷ୍ଠ ନାଗରିକ । ଫେରିବା ବେଳକୁ କାଚ ଭାଙ୍ଗି ଲୁଟ ହୋଇଥିବା ଦେଖିବାକୁ ପାଇଛନ୍ତି । ଅବସରପ୍ରାପ୍ତ ସୁପରିଟେଣ୍ଡେନଟ ଇଞ୍ଜିନିୟର ପବନ କୁମାର ରାମଙ୍କ ଦରକାରୀ କାଗଜପତ୍ର ସହିତ ଟଙ୍କା ଲୁଟିନେଇଛନ୍ତି ଲୁଟେରା । ଘଟଣା ସ୍ଥଳରେ ପିସିଆର ପୋଲିସ ପହଂଚି ତଦନ୍ତ କରିଛି ।

Advertisment

ଗତ ୬ ମାସରେ କମିସନରେଟ୍ ପୁଲିସ ଅଞ୍ଚଳରେ ଏଭଳି ୧୦ରୁ ଊର୍ଦ୍ଧ୍ୱ ଘଟଣା ଘଟିଛି । ନିକଟ ଅତୀତରେ କମିସନରେଟ୍ ପୁଲିସ୍ କିଛି ଗ୍ୟାଙ୍ଗକୁ ଠାବ କରି ଗିରଫ କରିଥିଲେ ବି ଆହୁରି ଅନେକ ଲୁଟେରା ରାଜଧାନୀରେ ଆଡ଼ା ଜମାଇଛନ୍ତି