ଛାତ୍ରୀଙ୍କ ଉପରେ ମାଡିଗଲା କାର । ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି । ଭଦ୍ରକ ତିହିଡିର ଘଟଣା ।

415

କନକ ବ୍ୟୁରୋ: କାର ଧକ୍କାରେ ଛାତ୍ରୀ ଗୁରୁତର, ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଭାଙ୍ଗିବା ସହ ନିଶାସକ୍ତ ଡ୍ରାଇଭରକୁ ଧରି ପୋଲିସର ଜିମା ଦେଲେ ସ୍ଥାନୀୟ ଅଞ୍ଚଳବାସୀ । ଭଦ୍ରକ ତିହିଡି ନନ୍ଦପୁର ବଜାରରେ ଏହି ଦୁର୍ଘଟଣା ଘଟିଛି ।

କାରଟି କଲେଜ ଛାତ୍ରୀଙ୍କୁ ଧକ୍କା ଦେବା ସହିତ କିଛି ବାଟ ଘୋଷାଡି ନେଇଥିଲା । ଗୁରୁତର ଅବସ୍ଥାରେ ଛାତ୍ରୀ ଜଣକୁ ତିହିଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । କାର ଡ୍ରାଇଭର ନିଶାସକ୍ତ ଅବସ୍ଥାରେ ଗାଡି ଚଳାଉଥିବା କାରଣରୁ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣା ପରେ ଗାଡି ଭାଙ୍ଗିବା ସହ ଡ୍ରାଇଭରକୁ କାବୁ କରି ପୋଲିସ ଜିମା ଦିଆଯାଇଛି । ସ୍ଥାନୀୟ ଅଞ୍ଚଳବାସୀ ରାସ୍ତା ଉପରେ ଟାୟାର ଜାଳି ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି ।