କନକ ବ୍ୟୁରୋ: ରାଜଧାନୀରେ ଭୀଷଣ ଦୁର୍ଘଟଣା ଘଟିଛି । ଏଠାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଗୁରୁତର ହୋଇଛନ୍ତି। ସୂଚନା ଅନୁଯାୟୀ, ଚନ୍ଦ୍ରଶେଖରପୁର ଥାନା ନିକଟ ପେଟ୍ରୋଲ ପମ୍ପ ପାଖରେ ଦୁର୍ଘଟଣା ଘଟିଛି। ଏଠାରେ ଭାରସାମ୍ୟ ହରାଇ ଏକ ଦ୍ରୁତଗାମୀ କାର୍ ଡିଭାଇଡର ଉପରକୁ ମାଡ଼ିଯାଇ ଅପରପାର୍ଶ୍ୱରେ ଥିବା ବସକୁ ପିଟିଥିଲା। ଏହାଫଳରେ ବଡ଼ ଧରଣର ଦୁର୍ଘଟଣା ଘଟିଛି ।

Advertisment

ଏଯାଏଁ ମୃତକଙ୍କ ପରିଚୟ ମିଳିପାରିନାହିଁ । ତେବେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ଛିଡା ହୋଇଥିବା ବସକୁ କାଟି ଏଭଳି ପିଟିଥିଲା ଯେ, କାରଟି ବସ ସହ ମାଡ ହେବା ପରେ ଉପରକୁ ଉଠି ତଳେ କଚାଡି ହୋଇପଡିଥିଲା । ଘଟଣାସ୍ଥଳରେ ଚନ୍ଦ୍ରଶେଖରପୁର ଥାନା ପୁଲିସ ପହଞ୍ଚି ତଦନ୍ତ କରୁଛି ।