କନକ ବ୍ୟୁରୋ: ରାମଲାଲାଙ୍କ ପ୍ରତିଷ୍ଠା ଉତ୍ସବ ପାଳନ ବେଳେ ଅଘଟଣ । ଭୁବନେଶ୍ୱର ୟୁନିଟ୍-୨ ପୁରୁଣା ବିଧାନସଭା ପଛପଟ ବସ୍ତିକୁ ମାଡିଗଲା କାର । ଅତ୍ୟଧିକ ମଦ୍ୟପାନ କରି ଦ୍ରୁତ ଗତିରେ ଗାଡି ଚଳାଉଥିବା ଡ୍ରାଇଭର ଜଣେ ଯୁବକଙ୍କୁ ଧକ୍କା ଦେଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

କାରରେ ତିନି ଜଣ ଥିଲେ । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତେଜନା ଦେଖି ୩ ଜଣ ମଦ୍ୟପ ଫେରାର ହୋଇଯାଇଛନ୍ତି । ଘଟଣାସ୍ଥଳରେ କ୍ୟାପିଟାଲ ଥାନା ପୋଲିସ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା । ହେଲେ କ୍ଷତିପୂରଣ ଦାବିରେ ରାସ୍ତା ଉପରେ ବସି ରହିଥିଲେ ଉତ୍ୟକ୍ତ ଲୋକେ ।