ଗାଡି ନୂଆ ହେଉ କି ପୁରୁଣା,କମ୍ ଦାମୀ ହେଉ କିମ୍ବା ଦାମିକିଆ ପ୍ରଥମେ ଏହାର ସେଫ୍ଟି ଦେଖିବା ନିହାତି ଆବଶ୍ୟକ । ତେବେ ଏହି ସମୟରେ ଦେଣରେ ଚୋରୀ ମାମଲା ଖୁବ୍ ଅଧିକ ବଢିଯାଇଛି । ଚଳିତ ବର୍ଷ ଚଣ୍ଡିଗଡ ପୋଲିସ୍ ତରଫରୁ ପ୍ରସ୍ତୁତ କରାଯାଇଥିବା ଏକ ରେକର୍ଡରୁ ଜଣାପଡିଥିଲା ଯେ ୯୨୦ ଗାଡି ଚୋରୀ ହୋଇଥିଲା । କିନ୍ତୁ ଏଥିରୁ ୨୦୭ ଟି ଗାଡି ଖୋଜିବାରେ ପୋଲିସ୍ ସଫଳ ହୋଇଥିଲା ।
ତେବେ କାରକୁ ଚୋରୀରୁ ବଚାଂଇବା ପାଇଁ ଗୋଟିଏ ଗିଅରବକ୍ସ ଲକ୍ ବଜାରରେ ବିକ୍ରି ହୁଏ । ଯେତେବେଳେ ଗିଅରରେ ଏହି ଲକ୍ ଲଗାଇ ଦିଆଯାଏ ସେତେବେଳେ ଗାଡିକୁ ୧ ଇଞ୍ଚ୍ ବି ଆଗକୁ ନିଆଯାଇପାରିବ ନାହିଁ ।
୨୯୯ ଟଙ୍କା ଖର୍ଚ୍ଚ କରି ଗାଡିକୁ ରଖନ୍ତୁ ନିରାପଦ : କାର୍ ଗିଅରର ଅନଲାଇନ୍ ପ୍ରାଇଜ୍ ମାତ୍ର ୨୯୯ ଟଙ୍କାରୁ ଆରମ୍ଭ ହୋଇଯାଏ । ଅନ୍ୟ ପକ୍ଷରେ କ୍ୱାଲିଟିକୁ ଯଦି ଲକ୍ଷ କରିବେ ତେବେ ଏହାର ଦାମ୍ ୩୦୦୦ ଟଙ୍କା ପର୍ଯ୍ୟନ୍ତ ପହଚିଂଯିବ । ମାର୍କେଟରୁ ମଧ୍ୟ ଆପଣ ଏହାକୁ କିଣିପାରିବେ ।
ଏଭଳି କରିଥାଏ କାମ : ଏହି ଲକର ପୁରା କିଟ୍ ଆସିଥାଏ । ଯାହାକୁ ଗିଅର୍ ବକ୍ସରେ ଫିଟ୍ କରିଦିଆଯାଏ । କିଟ୍ ରେ ହ୍ୟାଣ୍ଡଲ୍ ଦିଆଯାଇଥାଏ , ଯାହାକୁ ଗିଅର୍ ରେ ଫସାଇ କିଟ୍ ସହ ଲକ୍ କରାଯାଏ । ଏହାର ଅର୍ଥ ଯଦି କୌଣସି ଚୋର ଆପଣଙ୍କ ଗାଡିର ଲକ୍ ଭାଙ୍ଗି ଭିତରକୁ ଆସିଯାଏ କିମ୍ବା ଗାଡିର କାଚ ଭାଙ୍ଗିଦେଲେ ମଧ୍ୟ ଗାଡିର ଗିଅର୍ ଷ୍ଟାର୍ଟ କରିପାରିବ ନାହିଁ । କାର୍ ଆଗକୁ ହିଁ ବଢିବ ନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/02/CAR.jpg)
/kanak/media/post_attachments/wp-content/uploads/2019/02/car_2905487_835x547-m-300x197.jpg)