କନକ ବ୍ୟୁରୋ: ମାଲକାନଗିରି ମାଥିଲ ବ୍ଲକ ସିଙ୍ଗଲାବେଛା ଛକ ନିକଟରେ ମର୍ମନ୍ତଦ ସଡ଼କ ଦୁର୍ଘଟଣା । ଗଛ ଖୁଣ୍ଟକୁ ପିଟିଲା କାର । ମାଲକାନଗିରିରୁ ଜୟପୁର ଅଭିମୁଖେ ଆସୁଥିବା ଏକ କାର ଭାରସାମ୍ୟ ହରାଇ ଗଛ ଖୁଂଟକୁ ପିଟି ୫୦ ଫୁଟ ଉପରକୁ ଉଠିଯାଇଥିଲା । ମୁଖ୍ୟରାସ୍ତକୁ ସଂଯୋଗ କରୁଥିବା ଏହି ଛକରେ ସକାଳୁ ସକାଳୁ ଏଭଳି ଦୁର୍ଘଟଣା ଘଟିଛି । କାରଟି ଦ୍ରୁତ ଗତିରେ ଥିବାରୁ ଏଭଳି ଘଟିଥିବା ଅନୁମାନ କରାଯାଉଛି । ତେବେ ଡ୍ରାଇଭର ଜଣଙ୍କ ଗାଡ଼ିରୁ ଛିଟିକି ପଡ଼ି ତାଙ୍କର ମୃତ୍ୟୁ ହୋଇଛି । ମୃତ ଡ୍ରାଇଭରଙ୍କ ପରିଚୟ ମିଳିପାରିନାହିଁ । ଘଟଣା ସ୍ଥଳରୁ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର କରି ମାଥିଲି ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।