ଆଠଗଡ଼ରେ ଅଭାବନୀୟ ଘଟଣା : ବନ୍ୟା ପାଣିରେ ବୁଡ଼ିଗଲା କାର

କାର ଭିତରେ ଥିବା ଦୁଇ ଜଣଙ୍କୁ ଉଦ୍ଧାର କଲେ ଗ୍ରାମବାସୀ; ବନ୍ୟା ପାଣିରୁ ଟାଣି ଟାଣି ବାହାରକୁ ଆଣିଲେ କାର

94

ବର୍ଷା ପାଣିରେ ଭାସିଗଲା କାର । କାରଟି ପାଣିରେ ଭାସିଯାଉଥିବା ବେଳେ ଲୋକେ ଉଦ୍ଧାର କରିଛନ୍ତି । କଟକ ଆଠଗଡରେ ଏହି ଚିତ୍ର ଦେଖିବାକୁ ମିଳିଛି । କଟକ ସମ୍ବଲପୁର ପୁରୁଣା ରାସ୍ତାର ଦହିସରା ନିକଟରେ ୫ ଫୁଟର ବର୍ଷା ପାଣି ପ୍ରବାହିତ ହେଉଛି । ରାସ୍ତା ଉପରେ ପାଣି ପ୍ରବାହିତ ହେଉଥିବା ବେଳେ କାରଟି ଭାସି ଯାଇଥିଲା ।

ତେବେ କାରରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । ସ୍ଥାନୀୟ ଲୋକଙ୍କ ସହାୟତାରେ କାରଟିକୁ ଉଦ୍ଧାର କରାଯାଇଛି । ଲଗାଣ ବର୍ଷା ଯୋଗୁଁ ତଳିଆ ଅଂଚଳରେ ପାଣି ଜମି ରହିଛି । ଲୋକଙ୍କ ଯାତାୟାତରେ ବାଧା ସୃଷ୍ଟି ହୋଇଛି । ତେବେ କଟକ ସମ୍ବଲପୁର ପୁରୁଣା ରାସ୍ତାରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି । କାରଟି ଅତି ବିପଦପୂର୍ଣ୍ଣ ଭାବେ ରାସ୍ତା ଉପରେ ଫଶି ରହିଥିଲା । ଲୋକଙ୍କ ସହାୟତାରେ କାରଟିକୁ ଉଦ୍ଧାର କରାଯାଇଛି ।