କନକ ବ୍ୟୁରୋ : ସାନିଟାଇଜର । କରୋନା ବିରୋଧୀ ଲଢେଇର ଏକ ବଡ଼ ଅସ୍ତ୍ର । ଭୂତାଣୁର ସଂକ୍ରମଣରୁ ବର୍ତ୍ତିବା ପାଇଁ ଅନେକ ବିଶେଷଜ୍ଞ ଏବଂ ବରିଷ୍ଠ ଡାକ୍ତର, ସାନିଟାଇଜର ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି । ଏବଂ ସଂକ୍ରମଣ ସହ ଲଢିବାକୁ ଏହା ଏକ ବଡ ଅସ୍ତ୍ର ମଧ୍ୟ । କିନ୍ତୁ ଏହି ସାନିଟାଇଜର ପାଇଁ ଯେ, ଭୟଙ୍କର ନିଆଁ ଲାଗିଯିବ, ତାହା ସ୍ୱପ୍ନରେ ସୁଦ୍ଧା କେହି ଭାବିନଥିବେ । ଦେଶର ରାଜଧାନୀ ଦିଲ୍ଲୀରୁ ଆସିଛି କିଛି ଏମିତି ଦୃଶ୍ୟ ।
ଜଣେ କାର ଡ୍ରାଇଭର ଯେତେବେଳେ, ଗାଡିରେ ବସି ସିଗାରେଟ୍ ଟାଣୁଥିଲେ, ସେତେବେଳେ ସେ ତାଙ୍କ ହାତ ସାନିଟାଇଜ୍ କରିବା ପାଇଁ, ସାନିଟାଇଜର କାଢିଥିଲେ । ଆଉ ଠିକ ଯେମିତି ସେ ତାଙ୍କ ହାତରେ ସାନିଟାଇଜରର ବ୍ୟବହାର କରିଛନ୍ତି, ହଠାତ୍ କାରରେ ଲାଗିଥିଲା ଭୟଙ୍କର ନିଆଁ ।
ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଘଟଣା ଗତ ଗୁରୁବାର ସନ୍ଧ୍ୟା ପାଖାପାଖି ସାଢେ ୫ଟାରେ ଘଟିଥିଲା । ଏକ ସପିଂ ସେଂଟରର ପାର୍କିଂରେ ଛିଡା ହୋଇଥିବା ଏକ କାରରେ ଭୟଙ୍କର ନିଆଁ ଲାଗିଯାଇଥିଲା । ଯାହାକୁ ଲିଭାଇବା ପାଇଁ ଦମକଳ ବାହିନୀକୁ ଡାକିବାକୁ ପଡିଥିଲା । ତେବେ ନିଆଁ ଆୟତ ହେବା ବେଳକୁ କାରଟି ସମ୍ପୂର୍ଣ୍ଣ ଜଳିଯାଇଥିଲା । ତେବେ କୁହାଯାଉଛି, ସିଗାରେଟ ସଂସ୍ପର୍ଶରେ ଆସିବାରୁ ହ୍ୟାଣ୍ଡ ସାନିଟାଇଜରରେ ନିଆଁ ଲାଗିଯାଇଥିଲା । ଏବଂ ଏହି ନିଆଁ କାର ସାରା ବ୍ୟାପିଯାଇଥିଲା ।
ଡ୍ରାଇଭରର ଗୋଟିଏ ଭୁଲ ପଡିଲା ମହଙ୍ଗା । ହାତରେ ସାନିଟାଇଜର ଲଗାଇବା ବେଳେ, ପାଟିରେ ଥିବା ସିଗାରେଟର ନିଆଁର ଅଙ୍ଗାର ହାତରେ ପଡିଥିଲା । ଯାହାଫଳରେ ଘଟିଥିଲା ଏତେ ବଡ ଦୁର୍ଘଟଣା । ତେବେ ସେହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/05/183538731_523695678810849_1723901241932513476_n.jpg)