ରଥଯାତ୍ରା ସମନ୍ୱୟ କମିଟି ବୈଠକର ସଫଳତାକୁ ନେଇ ସନ୍ଦେହ : ଯୋଗଦେଇନପାରନ୍ତି ସେବାୟତ

24

କନକ ବ୍ୟୁରୋ : ରଥଯାତ୍ରା ପ୍ରସ୍ତୁତି । ରଥଯାତ୍ରା ପାଇଁ ଆଜି ବସିବ ପ୍ରଥମ ସମନ୍ୱୟ କମିଟି ବୈଠକ । ତେବେ ଏହି ବୈଠକରେ ସେବାୟତମାନେ ଯୋଗଦେବେ କି ନାହିଁ ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ । ଗତବର୍ଷ ନିଳାଦ୍ରୀ ବିଜେ ସମୟରେ ମହିଳା ଶ୍ରଦ୍ଧାଳୁ ରଥ ଉପରକୁ ଚଢିବା ନେଇ ବିବାଦ ହୋଇଥିଲା । ଏହାକୁ ନେଇ ସେବାୟତ ମାନେ ବୈଠକରେ ଯୋଗଦେବେ ନାହିଁ ବୋଲି ଶ୍ରୀମନ୍ଦିରର ଚତୁଃପାଶ୍ୱର୍ରେ ଅଭିମାନ ଭରା ପୋଷ୍ଟର ମାରିଥିଲେ ।

ଆଜି ଆରଡିସିଙ୍କ ଅଧ୍ୟକ୍ଷତାରେ ସମନ୍ୱୟ କମିଟି ବୈଠକ ବସିବ । ସ୍ୱାସ୍ଥ୍ୟ, ପରିମଳ ଓ ରଥ ନିର୍ମାଣ ପ୍ରସଙ୍ଗରେ ଏହି ବୈଠକରେ ଆଲୋଚନା ହେବ  ।