କନକ ବ୍ୟୁରୋ : ରଥଯାତ୍ରା ପ୍ରସ୍ତୁତି । ରଥଯାତ୍ରା ପାଇଁ ଆଜି ବସିବ ପ୍ରଥମ ସମନ୍ୱୟ କମିଟି ବୈଠକ । ତେବେ ଏହି ବୈଠକରେ ସେବାୟତମାନେ ଯୋଗଦେବେ କି ନାହିଁ ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ । ଗତବର୍ଷ ନିଳାଦ୍ରୀ ବିଜେ ସମୟରେ ମହିଳା ଶ୍ରଦ୍ଧାଳୁ ରଥ ଉପରକୁ ଚଢିବା ନେଇ ବିବାଦ ହୋଇଥିଲା । ଏହାକୁ ନେଇ ସେବାୟତ ମାନେ ବୈଠକରେ ଯୋଗଦେବେ ନାହିଁ ବୋଲି ଶ୍ରୀମନ୍ଦିରର ଚତୁଃପାଶ୍ୱର୍ରେ ଅଭିମାନ ଭରା ପୋଷ୍ଟର ମାରିଥିଲେ ।
ଆଜି ଆରଡିସିଙ୍କ ଅଧ୍ୟକ୍ଷତାରେ ସମନ୍ୱୟ କମିଟି ବୈଠକ ବସିବ । ସ୍ୱାସ୍ଥ୍ୟ, ପରିମଳ ଓ ରଥ ନିର୍ମାଣ ପ୍ରସଙ୍ଗରେ ଏହି ବୈଠକରେ ଆଲୋଚନା ହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/vlcsnap-2017-03-30-09h08m23s193.png)