ରତ୍ନବେଦୀରୁ ଜନ୍ମବେଦୀକୁ ଯାତ୍ରା କରୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ରଥାରୂଢ ତିନି ଠାକୁରଙ୍କୁ ଟାଣି ନେଉଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ।

96

କନକ ବ୍ୟୁରୋ : ବଡଦାଣ୍ଡରେ ଭାବମୟ ପରିବେଶ । ଜଗା ଧ୍ୱନିରେ ପ୍ରକମ୍ପିତ ହେଉଛି ଶ୍ରୀକ୍ଷେତ୍ର । ରତ୍ନବେଦୀରୁ ଜନ୍ମବେଦୀକୁ ଯାତ୍ରା କରୁଛନ୍ତି ତିନି ଠାକୁର । । ବଡଠାକୁର ବଳଭଦ୍ରଙ୍କ ତାଳଧ୍ୱଜ, ମା’ ସୁଭଦ୍ରାଙ୍କ ଦର୍ପଦଳନ ଏବଂ ମହାପ୍ରଭୁ ଜଗନ୍ନାଥଙ୍କ ରଥକୁ ଟାଣି ନେଉଛନ୍ତି ଲକ୍ଷ ଲକ୍ଷ ଭକ୍ତ । ଘଣ୍ଟକାହାଳୀ ସହ ମୃର୍ଦ୍ଦଳର ତାଳେ ତାଳେ ଆଗେଇଚାଲିଛି ନଟିଆ ଚତୁର୍ଦ୍ଧାମୂର୍ତ୍ତିଙ୍କ ରଥ ।

ଜନସମୁଦ୍ର ପାଲଟିଛି ଶ୍ରୀକ୍ଷେତ୍ର । ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ଜନସମୁଦ୍ର ସୃଷ୍ଟି କରିଛି ବଡଦାଣ୍ଡରେ । ଆଜି ଭକ୍ତ ଭଗବାନଙ୍କ ମଧ୍ୟରେ ଚାଲିଛି ଅପୂର୍ବ ମିଳନ । ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ମାଉସୀ ଘର ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ମହାପ୍ରଭୁ । ଶ୍ରଦ୍ଧାର ଦଉଡିରେ ତିନି ଠାକୁରଙ୍କ ରଥକୁ ଟାଣି ଟାଣି ନେଉଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ।