କନକ ବ୍ୟୁରୋ : ସଡ଼କ ଓ ପରିବହନ ସଂପର୍କିତ ନୂତନ ନିୟମ ଲାଗୁ ହେବା ପରେ ଗୁରୁବାର ଜଣେ ବ୍ୟକ୍ତି ନିଜର କାରକୁ ସାହିରେ ରଖିଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । କନ୍ଧମାଳ ଜିଲ୍ଲାର ଘୁମସର ଉଦୟଗିରି ପୁଲିସ ସ୍ଥାନୀୟ ଟେଲିଫୋନ ଭବନ ସମୁଖରେ ଗାଡି ତନଖି କରୁଥିବା ବେଳେ ଏକ ହୁଣ୍ଡାଇ କାର ନଂ ଓଡି ୦୭ଏ ୭୩୭୩ ଘୁ.ଉଦୟଗିରିରୁ କଳିଙ୍ଗା ଘାଟି ଅଭିମୁଖେ ଯାଉଥିବା ବେଳେ ପୁଲିସକୁ ଦେଖି କାରକୁ ପଛୁଆ କରି ଫେରିବାରେ ଉପସ୍ଥିତ ଥିବା ପୁଲିସ ସନ୍ଦେହ କରି ପିଛା କରିଥିଲା । ହେଲେ ଚାଳକ କାରଟିକୁ ସହରର ସାରକୁଲାର ରାସ୍ତାରେ ପୁରାଇ ବଡଦାଣ୍ଡ ସାହି ଭିତରେ ପଶି କାରଟିକୁ ଛାଡ଼ିଦେଇ ଚାଲିଯାଇଥିଲେ ।
ପୁଲିସ କିଛି ସମୟ ପରେ ଖବର ପାଇ କାର ନିକଟରେ ପହଂଚି ଦେଖିଲା ବେଳକୁ କାରଟି ଲକ ହୋଇଛି । କାର ଚାରିପଟେ ପୁଲିସ ଫୋର୍ସ ଜଗି ରହିଛନ୍ତି । ସନ୍ଦେହ ଭିତରେ କାରଟି ରହିଛି । କାରଟିରେ କଣ ଅଛି । କାହିଁକି କାର ଚାଳକ କାର ଛାଡ଼ି ଚାଲିଗଲା । ପୁଲିସ ଘଟଣାର ତଦନ୍ତ କଲେ ଅନେକ ତଥ୍ୟ ଲୋକଲୋଚନକୁ ଆସିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/09/g-uday2-750x430.jpg)