କନକ ବ୍ୟୁରୋ: ଛତିଶଗଡ ଜଶପୁରରେ ଶୁକ୍ରବାର ଦେବୀ ଦୁର୍ଗାଙ୍କ ବିସର୍ଜନ ବେଳେ ଏକ ମର୍ମନ୍ତୁଦ ଦୁର୍ଘଟଣା ଦେଖିବାକୁ ମିଳିଛି । ଯେଉଁଥିରେ ଗୋଟିଏ କାର ଲୋକମାନଙ୍କ ଉପରେ ଚଢାଇ ଚାଲିଯାଉଥିବା ଦେଖିବାକୁ ମିଳିଛି । ଏହି ଘଟଣାରେ ଏବେ ସୁଦ୍ଧା ୧୬ ଜଣ ଲୋକ ଆହତ ହୋଇଥିବାବେଳେ ଜଣକର ମୃତ୍ୟୁ ଘଟିଥିବା ସୂଚନା ରହିଛି । ତେବେ ପୋଲିସ ଏହି ମାମଲାରେ ଗିରଫ କରିଥିବା ଅଭିଯୁକ୍ତ ଜଣେ ଜଣେ ଗଞ୍ଜେଇ ବେପାରୀ ବୋଲି ଖବର ମିଳିିଛି ।
जशपुर की घटना बहुत दुखद और हृदयविदारक है।
दोषियों को तुरंत गिरफ्तार कर लिया गया है। प्रथमदृष्टया दोषी दिख रहे पुलिस अधिकारियों पर भी कार्रवाई हुई है।
जांच के आदेश दिए गए हैं। कोई भी बख्शा नहीं जाएगा।
सबके साथ न्याय होगा।
ईश्वर दिवंगतजनों की आत्मा को शांति दे।
— Bhupesh Baghel (@bhupeshbaghel) October 15, 2021
ପୋଲିସ ଅଫିସର ଅଜୟ ଯାଦବଙ୍କ କହିବା ମୁତାବକ,ଦୁଇ ଆରୋପୀ ଲମ୍ବା ସମୟ ଧରି ଗଞ୍ଜେଇ ତସ୍କରୀ କରିଆସୁଥିଲେ । ସେମାନେ ଓଡିଶାରୁ ମଧ୍ୟପ୍ରଦେଶ ଭିତରେ ଏହି ଗଞ୍ଜେଇ ବେପାର କରୁଥିଲେ । ତେବେ ଏହି ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତି ଜଣକର ପରିଚୟ ମଧ୍ୟ ସାମ୍ନାକୁ ଆସିଛି । ସେହି ବ୍ୟକ୍ତି ଜଣକ ହେଲେ ଗୌରବ ଅଗ୍ରୱାଲ । ତାଙ୍କର ବୟସ ମାତ୍ର ୨୧ ବର୍ଷ ।
ଅନ୍ୟପଟେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଏହି ଘଟଣାକୁ ଦୁଃଖଦ ଓ ହୃଦୟ ବିଦାରକ ବୋଲି କହିଛନ୍ତି । ଆରୋପୀମାନଙ୍କୁ ଏବେ ଗିରଫ କରାଯାଇଛି । କିଛି ପୋଲିସ ଅଧିକାରୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ମୁଖ୍ୟମନ୍ତ୍ରୀ ଟୁଇଟ୍ କରି କହିଛନ୍ତି, ଦିବଙ୍ଗତ ଆତ୍ମାଙ୍କୁ ଶାନ୍ତି ମିଳୁ । ସମସ୍ତଙ୍କୁ ନ୍ୟାୟ ମିଳିବ । ଆହତଙ୍କ ଶୀଘ୍ର ଆଶୁ ଆରୋଗ୍ୟ କାମନା କରିଛନ୍ତି ।